ଢେ଼ଙ୍କାନାଳ ମୀନା ବଜାର ସ୍ଥିତ ମୌଡମଣି ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ପକ୍ଷରୁ ଶରତ ରାସ ଉତ୍ସବ ପାଳିତ ହୋଇଯାଇଛି। ୧ ତାରିଖ ଠାରୁ ଆରମ୍ଭ ହୋଇ ୫ ତାରିଖ କାର୍ତ୍ତିକ ପୂର୍ଣ୍ଣିମା ଦିନ ଶେଷ ହେବ । ପ୍ରତ୍ୟେକ ଦିନ ରାସ ବେଦିରେ ମଙ୍ଗଳ ଆଳତି ସକାଳ ନିତିପୂଜା ଓ ବାଳ ଭୋଗ ମଧ୍ୟାହ୍ନରେ ଅର୍ଣ୍ଣ ଧୂପ,ସନ୍ଧ୍ୟାରେ ଆଳତି ରାତି ରେ ବିଭିନ୍ନ ପ୍ରକାରର ଭୋଗ ଲାଗି କରାଯାଉଛି। ପୂଜକ ରବି ନାରାୟଣ ଦାସ ପୂଜା ଅର୍ଚ୍ଚନା କରୁଛନ୍ତି।



