ଭୁବନେଶ୍ବର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଯାଇଛି। ଆଜି ଧର୍ମ ମାସ କାର୍ତ୍ତିକ ଓ ପଞ୍ଚୁକର ଶେଷ ଦିନ। ଭୁବନେଶ୍ବର ବିନ୍ଦୁ ସାଗରରେ ଭୋର୍ ରୁ ଡଙ୍ଗା ବସାଇଲେ ଶହ ଶହ ଶ୍ରଦ୍ଧାଳୁ। ବିଭିନ୍ନ ନଦୀ, ନାଳ ଓ ପୁଷ୍କରିଣୀରେ ଡଙ୍ଗା ଭସାଇବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ପୁରୀ ଚନ୍ଦ୍ରଭାଗାରେ ଡଙ୍ଗା ଭସାଇବା ସହ ସୂର୍ଯ୍ୟୋଦୟ ଦର୍ଶନ କଲେ ଶ୍ରଦ୍ଧାଳୁ। ଶ୍ରୀମନ୍ଦିରରେ ମଧ୍ଯ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି।

June 27, 2026/
No Comments


