ବାରିଆ ଥାନା ଅନ୍ତର୍ଗତରେ ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ ଜଣେ ଗୁରୁତର ଆହତ

କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତରେ ଅଜଣା ଗାଡି ଧକ୍କା ରେ ଜଣେ ମୣତ ଜଣେ ଗୁରତର ଆହତ ହୋଇଥିବା ନେଇ ସୂଚନା l ବାରିଆ ଥାନା ମଣ୍ଡମା ନିକଟରେ ଘଟିଛି ଘଟଣା । ସୂଚନା ଅନୁଯାୟୀ ହରିପଶି ଗ୍ରାମର ଆଶିଷ କୁମାର ବେହେରା ଓ ଶାନ୍ତନୁ କୁମାର ମହାନ୍ତ ଏକ ମୋଟର ସାଇକେଲ ଯୋଗେ ଚମ୍ପୁଆ ପଟୁ ନିଜ ଗାଁକୁ ଫେରୁଥିବା ବେଳେ ବେଳେ ମଣ୍ଡମା ନିକଟରେ ଅଜଣା ଗାଡି ସେମାନଙ୍କୁ ଧକା ଦେଇ ସେଠାରୁ ଫେରାର ହୋଇଯାଇଥିଲା l ଦୁହେଁ ଗୁରୁତର ଆହତ ହୋଇ ରାସ୍ତାରେ ପଡ଼ିଥିବା ଖବର ପାଇ ବାରିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁହିଁଙ୍କୁ ଭଣ୍ଡା ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲା ।ସେଠାରେ ଡାକ୍ତର ଆଶିଷକୁ ମୣତ ଘେlଷଣା କରିଥିଲେ l ତେବେ ଶାନ୍ତନୁଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା l ପେlଲିସ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିବା ସହ ଦୁର୍ଘଟଣା ଘଟାଇ ଥିବା ଗାଡିର ସନ୍ଧାନ ଜାରି ରଖିଥିବା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



