କପିଳାସରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ତରଫରୁ ସ୍ବଚ୍ଛତା ଅଭିଯାନ

ମେରାମଣ୍ଡଳୀ, ୨୧.୧୧.୨୦୨୫: ଟାଟା ଷ୍ଟିଲ ମେରାମଣ୍ଡଳୀ (ଟିଏସଏମ) ଓ ଟାଟା ଷ୍ଟିଲ ଫାଉଣ୍ଡେସନର ମିଳିତ ସହଯୋଗରେ ଢେଙ୍କାନାଳ ଜିଲ୍ଲା କପିଳାସଠାରେ ଏକ ସ୍ବଚ୍ଛତା ଅଭିଯାନ ଆୟୋଜିତ ହୋଇଯାଇଛି । ଏଥିରେ ପ୍ରାୟ ୨୫୦ କର୍ମଚାରୀ ସ୍ୱେଚ୍ଛାକୃତ ଭାବେ ସାମିଲ ହୋଇଥିଲେ। କପିଳାସ ମନ୍ଦିର ଫାଟକଠାରୁ ଆରମ୍ଭ କରି ମୁଖ୍ୟ ରାସ୍ତାରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା I ସ୍ବଚ୍ଛତା ଅଭିଯାନରେ ୨ କୁଇଣ୍ଟାଲରୁ ଊର୍ଦ୍ଧ ପ୍ଲାଷ୍ଟିକ ଓ ଅନ୍ୟ କଠିନ ବର୍ଜ୍ୟବସ୍ତୁ ସଫେଇ କରାଯାଇଥିଲା । କପିଳାସ ବନ ବିଭାଗର କର୍ମଚାରୀମାନେ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।ଏହି ପଦକ୍ଷେପର ଲକ୍ଷ୍ୟ ଥିଲା ପରିବେଶ ସଚେତନତାକୁ ପ୍ରୋତ୍ସାହିତ କରିବା ସହ ସ୍ବଚ୍ଛତା ବଜାୟ। ରଖିବାରେ ସାମୁଦାୟିକ ଅଂଶଗ୍ରହଣକୁ ଉତ୍ସାହିତ କରିବା।



