Spread the love

ଜମିହରା ପ୍ରଜାଙ୍କ ସମସ୍ୟା ନେଇ ଜନଶୁଣାଣି

ଶୀଘ୍ର ସମାଧାନର ପ୍ରତିଶ୍ରୁତି ଦେଲେ ଉପଜିଲ୍ଲାପାଳ

ତାଳଚେର: ତାଳଚେର ଅଞ୍ଚଳର ଜମିହରା ପ୍ରଜାଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗର ସମାଧାନ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ଶ୍ରୀ ପ୍ରଜ୍ଞାନନ୍ଦନ ଗିରିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ଜନଶୁଣାଣିରେ ଜମିହରା ପ୍ରଜାମାନେ ସେମାନଙ୍କର ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ।

ଜନଶୁଣାଣିରେ ଏମ୍‌ସିଏଲ୍‌ର ବିଭିନ୍ନ କ୍ଷେତ୍ରର ଜେନେରାଲ ମ୍ୟାନେଜରମାନେ ଉପସ୍ଥିତ ରହି ଜମିହରା ପ୍ରଜାଙ୍କ ସହ ଆଲୋଚନା କରିଥିଲେ। ଜମି ଅଧିଗ୍ରହଣ, ଥଇଥାନ ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିବା ଜଣାପଡ଼ିଛି।

ଏହି ଅବସରରେ ଉପଜିଲ୍ଲାପାଳ ଶ୍ରୀ ଗିରି ଜମିହରା ପ୍ରଜାଙ୍କ ସମସ୍ୟାକୁ ଗୁରୁତ୍ୱର ସହ ଶୁଣିବା ସହ ତାହାର ଶୀଘ୍ର ସମାଧାନ ପାଇଁ ପ୍ରୟାସ କରାଯିବ ବୋଲି ଆଶ୍ୱାସନ ଦେଇଥିଲେ। ପ୍ରଶାସନ ଓ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷଙ୍କ ଆଶ୍ୱାସନ ପରେ ଜମିହରା ପ୍ରଜାମାନଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଥିବା ଜଣାପଡ଼ିଛି।

ତାଳଚେରରୁ ସନାତନ କରଙ୍କ ରିପୋର୍ଟ, ଜାଗ୍ରତ ଭାରତ ନ୍ୟୁଜ୍।

Leave a Reply

Your email address will not be published. Required fields are marked *