ଚୋରୀ କରିବାକୁ ଆସି ଫସିଗଲା ଚୋର, କର୍ମଚାରୀଙ୍କ ହାବୁଡ଼ରେ ପଡ଼ି ଗଲା ଜେଲ୍

ଚୋରୀ କରିବାକୁ ଯାଇ ସେଠାରେ ଫସିଗଲା ଚୋର, କର୍ମଚାରୀଙ୍କ ହାବୁଡ଼ରେ ପଡ଼ି ଗଲା ଥାନାକୁ।ଚେlରୀ ବେଳେ ଚେlରକୁ କାବୁ କରି ପୁଲିସ ର ଜିମା ଦେଲେ କର୍ମଚାରୀ ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତରେ। ଯୋଡ଼ା ଥାନା ଅନ୍ତର୍ଗତ ମଙ୍ଗଳା ମନ୍ଦିର ନିକଟରେ ଥିବା BSNL ଅଫିସରୁ ଗତରାତି ଚୋରୀ କରିବାକୁ ସ୍କାଏ ଲାଇଟ ଭାଙ୍ଗି ପଶିଥିବା ବେଳେ ଚେlରକୁ କାବୁ କରିଛନ୍ତି ସେଠାରେ ଥିବା କର୍ମଚାରୀ l ଚେlରଟି ସେଠାରେ ଥିବା କେବୁଲ ଚୋରି ପାଇଁ ସ୍କାଇଲାଇଟ ଭାଙ୍ଗି ବିଏସ ଏନ ଏଲ ଅଫିସ ଭିତରେ ପଶିଥିଲା lଅଫିସ ଭିତର କେବୁଲ କାଟି ବାରୁ ନେଟୱର୍କ୍ କଟି ଯାଇଥିଲା। କଣ ହୋଇଛି ଘଟଣା ଜାଣିବା ପାଇଁ କର୍ମଚାରୀ ଅଫିସ ଖେlଲିବାରୁ ଭିତରେ ଚେlର ପଶି କେବୁଲ କାଟୁଥିବା ଦେଖିବାକୁ ପାଇଥିଲେ। ସେ ଅବସ୍ଥାରେ ଚୋରକୁ ଦେଖି ଚୋରକୁ କାବୁ କରି ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ଯୋଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା, ପୋଲିସ୍ ପହଞ୍ଚିବା ପରେ ଚୋରକୁ ପୋଲିସ୍ କୁ ଜିମା ଦେଇଛନ୍ତି ବିଏସଏନଏଲ ଅଫିସ୍ କର୍ମଚାରୀ l ଚେlରକୁ ଅଟକ ରଖିବା ସହିତ ଘଟଣା ସମ୍ପର୍କରେ ଯୋଡ଼ା ପୋଲିସ୍ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା। ଅନ୍ୟପଟେ କେବୁଲ କଟାଯାଇଥିବାରୁ ,ବିଏସଏନଏଲ ନେଟୱାର୍କ ସେବା ବାଧାପ୍ରାପ୍ତ ହୋଇଥିବାରୁ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ




