କୋଭିସିଲ୍ଡ’ର ବ୍ୟବହାର ପାଇଁ ଅନୁମତି ମାଗିଲା ସେରମ ଇନ୍ଷ୍ଟିଚ୍ୟୁଟ୍
ଜେ. ବି. ଏନ୍ (୦୭/୧୨/୨୦୨୦)
ନୂଆଦିଲ୍ଲୀ: ବ୍ରିଟିଶ ଫାଇଜର୍ ପରେ ଏବେ ସେରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ଭାରତରେ କରୋନା ଟିକା ‘କୋଭିସିଲ୍ଡ’ର ବ୍ୟବହାର କରିବା ଲାଗି କେନ୍ଦ୍ର ସରକାରଙ୍କୁ ଅନୁମତି ମାଗିଛି। ଜରୁରିକାଳୀନ ଉପଯୋଗ ପ୍ରାଧିକରଣ ଅଧୀନରେ କମ୍ପାନୀ ଏହି ଅନୁମତି ମାଗିଛି। ତେବେ ଏପରି ଆବେଦନ କରିବାରେ ସେରମ୍ ଇନ୍ଷ୍ଟିଚ୍ୟୁଟ୍ ହେଉଛି ପ୍ରଥମ ଭାରତୀୟ କମ୍ପାନୀ।
ସୂଚନା ଅନୁସାରେ, କମ୍ପାନୀ ପକ୍ଷରୁ ଭାରତୀୟ ଔଷଧ ମହାନିୟନ୍ତ୍ରକ(ଡିସିଜିଆଇ)ଠାରୁ ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ବାରା ବିକଶିତ କରୋନା ଟିକା କୋଭିସିଲ୍ଡର ବ୍ୟବହାର ପାଇଁ ଅନୁମତି ଲୋଡ଼ିଛି। ଏହି ଟିକାର ଉତ୍ପାଦନ ପୁଣେସ୍ଥିତ ବିଶ୍ଵର ସବୁଠାରୁ ବଡ଼ ଔଷଧ ନିର୍ମାତା ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରେ କରାଯାଉଛି।
ଜନସାଧାରଣଙ୍କ ଆଗ୍ରହ ଏବଂ ମହାମାରୀ ଯୋଗୁ ପର୍ଯ୍ୟାପ୍ତ ଚିକିତ୍ସା ଅଭାବରୁ କମ୍ପାନୀ ଟିକାକରଣ ପାଇଁ ଅନୁମତି ମାଗିଛି। କମ୍ପାନୀର ଅତିରିକ୍ତ ନିର୍ଦେଶକ ପ୍ରକାଶ କୁମାର ସିଂହ ଏହି ଆବେଦନ କରିଛନ୍ତି। ସେ ଆବେଦନରେ ୪ଟି କ୍ଲିନିକାଲ ଅଧ୍ୟୟନ ସମ୍ପର୍କରେ ଦର୍ଶାଇଛନ୍ତି। ସେଥିରୁ ୨ଟି ବ୍ରିଟେନରେ ଏବଂ ଭାରତ ଓ ବ୍ରାଜିଲରେ ଗୋଟିଏ ଲେଖାଏ କ୍ଲିନିକାଲ୍ ଟ୍ରାଏଲ୍ ହୋଇଛି।
ଏହି ଅଧ୍ୟୟନଗୁଡିକରେ, କୋଭିସିଲ୍ଡ କରୋନାର ସ୍ପଷ୍ଟ ଲକ୍ଷଣ ଥିବା ରୋଗୀମାନଙ୍କଠାରେ ଏବଂ ବିଶେଷ ଭାବରେ ଗୁରୁତର ସଂକ୍ରମିତଙ୍କଠାରେ ଅଧିକ ପ୍ରଭାବଶାଳୀ ବୋଲି ଜଣାପଡିଛି। ଏଥିସହ ଏହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ବହୁତ କମ୍ ବୋଲି ଜଣାପଡିଛି। ଏହି ଆବେଦନରେ ଦେଶର ଆତ୍ମନିର୍ଭରଶୀଳ ଅଭିଯାନ ଏବଂ ସ୍ଥାନୀୟ ଅଭିଯାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୋକାଲ ମଧ୍ୟ ଉଲ୍ଲେଖ କରାଯାଇଛି।
ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ସହଯୋଗରେ ଦେଶର ବିଭିନ୍ନ ସ୍ଥାନରେ ଅକ୍ସଫୋର୍ଡର କୋଭିଡ୍-୧୯ ଟିକା କୋଭିସିଲ୍ଡର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ଟ୍ରାଏଲ୍ ଜାରି ରହିଛି। ଏଥିସହ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ବ୍ରିଟେନ ଏବଂ ବ୍ରାଜିଲରେ ଏହି ଟିକା ଉପରେ କ୍ଲିନିକାଲ ଟ୍ରାଏଲ ମଧ୍ୟ କରୁଛି।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_25-11-05_07-59-52-526-1.jpg)


