
- କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଆଜି କୃଷକ ସଂଗଠନ ଗୁଡ଼ିକ ପକ୍ଷରୁ ଭାରତ ବନ୍ଦ ଡାକରା
ଜେ ବି ଏନ, ୮/୧୨/୨୦୨୦, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଆଜି କୃଷକ ସଂଗଠନ ଗୁଡ଼ିକ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଢେଙ୍କାନାଳର ବିଭିନ୍ନ ସ୍ଥାନ ମାନଙ୍କରେ ସକାଳୁ ସକାଳୁ ’ଭାରତ ବନ୍ଦ’ର ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି।କୃଷକ ଆଇନ ପ୍ରତ୍ୟାହାର ଦାବିରେ ଢେଙ୍କାନାଳ ଜିଲ୍ଲା ଆମ ଆଦମୀ ପାର୍ଟି, ଜିଲ୍ଲା କଂଗ୍ରେସ କମିଟି ସହ ଅନ୍ୟ ରାଜନୈତିକ ବିରୋଧୀ ଦଳ ଏଥିରେ ପୂର୍ଣ ସମର୍ଥନ ଜଣାଇଥିବା ସହ ସହରର ପ୍ରବେଶ, ପ୍ରସ୍ଥାନ ସ୍ଥଳ ଅବରୋଧ କରି ହରତାଲ ଚଳାଇଥିବା ସହିତ ୫୫ ନମ୍ବର ଜାତୀୟ ରାଜପଥର ବିଭିନ୍ନ ଛକ ଜାଗା ମାନଙ୍କରେ ଚାଷୀ ବଞ୍ଚିଲେ ଦେଶ ବଞ୍ଚିବ ,ଚାଷୀ ମାରଣ ନୀତି ଚାଲିବ ନାହିଁ ବୋଲି ନାନା ସ୍ଲୋଗାନ ମାନ ଦେଇ ବନ୍ଦକୁ ଜୋରଦାର କରିଥିବା ଦେଖିବାକୁ ମିଳିଛି। ତେବେ,ଢେଙ୍କାନାଳ ସହରରେ ଏହାର ପ୍ରଭାବ ଦେଖିବାକୁ ମିଳିଥିବା ସହ ରାଜ ରାସ୍ତାରେ ବସ୍, ଟ୍ରକ ଅଟକି ରହିଥିବା ବେଳେ ଗମନାଗମନ ବ୍ୟାହତ ହୋଇଛି। ଏଭଳି ବନ୍ଦ କୁ ଦୃଷ୍ଟିରେ ରଖି ଶାନ୍ତିଶୃଙ୍ଖଳା ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନ ମାନଙ୍କରେ ବ୍ୟାପକ ପୁଲିସ କର୍ମୀଙ୍କୁ ନିୟୋଜିତ କରାଯାଇଛି।




