
ଗଞ୍ଜାମ ରେ ଭାରତ ବନ୍ଦ ଆନ୍ଦୋଳନ କୁ ସମର୍ଥନ
ଜେ ବି ଏନ, ୮/୧୨/୨୦୨୦,(ରିପୋର୍ଟ, ଟୁକୁନା ପ୍ରଧାନ), ବ୍ରହ୍ମପୁର : ଆଜି ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଲୁର ଜଙ୍କସନ୍ ଠାରେ କେନ୍ଦ୍ର କୃଷି ଆଇନ୍ ୨୦୨୦ କୁ ବିରୋଧ କରି ସମଗ୍ର ଦେଶରେ ଚାଲିଥିବା ଭାରତ ବନ୍ଦ ଆନ୍ଦୋଳନ କୁ ସମର୍ଥନ କରି ଗଞ୍ଜାମ ବ୍ଳକ ଆତ୍ମାର ସଭାପତି ଶ୍ରୀ ଚନ୍ଦ୍ରଶେଖର ନାହାକ ଙ୍କର ନେତୃତ୍ୱ ରେ ବନ୍ଦ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଦ କୁ ପାଲୁରୁ ଜଙ୍କସନ୍ ଅଧିବାସୀ ସ୍ଵତଃ ପ୍ରବୃତ୍ତ ଭାବେ ରେ ସମର୍ଥନ ଜଣାଈ ନିଜ ନିଜର ଦୋକାନ ବାଡ଼ି ବନ୍ଦ କରିବା ସଙ୍ଗେ ସଙ୍ଗେ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ । ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ରେ ବିଭିନ୍ନ ଦଳର କର୍ମକର୍ତ୍ତା, ଶିକ୍ଷକ ନେତା, ଶ୍ରମିକ ଓ ସାଧାରଣ ଜନତା ଯୋଗ ଦେଇଥିଲେ । ଏହାକୁ ସମର୍ଥନ କରି କୃଷକମାନେ ୧୬ ନମ୍ବର ଜାତୀୟ ରାଜପଥ କୁ ଅବରୋଧ କରିଥିଲେ । ଏଥିରେ କୃଷକ ନେତା ଶ୍ରୀ ଶରତ ଚନ୍ଦ୍ର ପଟ୍ଟନାୟକ, ବିଜୟ କୁମାର ବିଶ୍ଵାଳ, ଗୋବର୍ଦ୍ଧନ ପ୍ରଧାନ, କେ. ନିରଞ୍ଜନ ପ୍ରଧାନ, ଦେବରାଜ ବେହେରା, ରବିନ୍ଦ୍ର କୁମାର ସାହୁ, ପ୍ରଶାନ୍ତ କୁମାର ସ୍ୱାଇଁ, ଲିଙ୍ଗରାଜ ସାହୁ, କହ୍ନେଇ ନାୟକ, ବାନାମ୍ବର ନାୟକ, ପ୍ରହ୍ଲାଦ ବେହେରା, ହାଡିବନ୍ଧୁ ବେହେରା, ଦୂର୍ଗା ଚରଣ ବେହେରା, ନାଗେଶ୍ଵର ବିଶ୍ଵାଳ, ବିକ୍ରମ ପଲାଇ, କାଶୀନାଥ ଜେନା, କୈଳାସ ଜେନା, ଅର୍ଜୁନ ମହାଙ୍କୁଡ, ଦିଲ୍ଲୀପ ସାହୁ, ସୁଦର୍ଶନ ସାହୁ, କାସୀ ଦାସ ପ୍ରମୁଖ ଯୋଗ ଦେଇ ଶାନ୍ତି ପୂର୍ଣ୍ଣ ଭାବେ ସାମାଜିକ ଦୂରତା ଅବଲମ୍ବନ କରି ବନ୍ଦ ପାଳନ କରିଥିଲେ । ପ୍ରଥମେ କୃଷକ ମାନଙ୍କ ତରଫରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-4-scaled.jpg)