
କୃଷକ ମହାସଂଘ ର ଭାରତ ବନ୍ଦ କୁ କଂଗ୍ରେସ ର ସମର୍ଥନ ଅନଗୁଳ ରେ ପ୍ରଭାବ
ଜେ ବି ଏନ, ୮/୧୨/୨୦୨୦, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଆଜି କୃଷକ ମହାସଂଘ ତରଫରୁ କେନ୍ଦ୍ର ସରକାରଙ୍କ ଦ୍ଵାରା ଲାଗୁ କରାଯାଇଥିବା ୩ ଟି କୃଷି ବିଲ କୁ ବିରୋଧ କରି ଦିଆ ଯାଇଥିବା ଭାରତ ବନ୍ଦ କୁ ଅନଗୁଳ କଂଗ୍ରେସ ସମର୍ଥନ କରିଛନ୍ତି ଯାହା ଅନଗୁଳ ଜିଲ୍ଲାରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । କଂଗ୍ରେସ କର୍ମୀ ଙ୍କ ଦ୍ଵାରା ପିକେଟିଂ କରି ଖଣି ଖାଦାନ ବନ୍ଦ କରାଯାଇଥିଲା । ଭାରତ ବନ୍ଦ ର ପ୍ରଭାବ ଅନଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା । ଜିଲ୍ଲା କଂଗ୍ରେସ କମିଟିର ଆହ୍ବାନ ରେ ବିଭିନ୍ନ ଜାଗାରେ କଂଗ୍ରେସ କର୍ମୀମାନେ ବନ୍ଦ କରିଛନ୍ତି। ଅନଗୁଳ ନାଲକୋ ସ୍ମେଲଟର ଆଉ ସିପିପି ଗେଟ କୁ ବନ୍ଦ କରିବା ସହ MCL ରୁ ଟ୍ରେନ ଯୋଗେ କୋଇଲା ପରିବହନ କୁ ମଧ୍ୟ ବନ୍ଦ କରିଛନ୍ତି। ଦୋକାନ ବଜାର ମଧ୍ୟ ବନ୍ଦ କରିବା ସହ NH ରେ ଗାଡି ଚଳାଚଳ କୁ ମଧ୍ୟ ବନ୍ଦ କରିଛନ୍ତି।ତେବେ ପୋଲିସ ଆଉ RPF ସ୍ଥିତିକୁ ସ୍ବାଭାବିକ କରିବା ପାଇଁ ଚେଷ୍ଟା କରୁଛନ୍ତି।ଏମ ସି ଏଲ ରୁ କୋଇଲା ପରିବହନ କୁ ମଧ୍ୟ ବନ୍ଦ କରାଯାଇଛି ବସ ଚଳାଚଳ ମଧ୍ୟ ବନ୍ଦ ରହିବାରୁ ବସଷ୍ଟାଣ୍ଡ ଫାଙ୍କା ରହିଥିଲା ସରକାରୀ କାର୍ଯ୍ୟାଳୟ ଗୁଡିକ ବନ୍ଦ ରହିଥିଲା ଅତ୍ୟାବଶ୍ୟକ ସେବାକୁ ବାଦ ଦେଇ ମୋଟାମୋଟି ଦେଖିବାକୁ ଗଲେ ସକାଳୁ ସକାଳୁ ଜିଲ୍ଲାରେ ପ୍ରଭାବ ଦେଖିବାକୁ ମିଳିଛି।





