ଭୁବନେଶ୍ବର: ଓଡ଼ିଶାରେ ଆସିଲା ନୂଆ ଅବକାରୀ ନୀତି। ଗୃହରେ ଉପସ୍ଥାପନା କଲେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ୨୦୨୬ରୁ ୨୯ ପର୍ଯ୍ୟନ୍ତ ତ୍ରୈବାର୍ଷିକ ନୀତି ଘୋଷଣା କରାଯାଇଛି। ଅବକାରୀ ଲାଇସେନ୍ସ ପାଇଁ ଆବେଦନ ଶୁଳ୍କ ୧୦% ବଢ଼ାଯିବ। ଲାଇସେନ୍ସ ଶୁଳ୍କ ପ୍ରତି ବର୍ଷ ୧୦ରୁ ୨୦% ପର୍ଯ୍ୟନ୍ତ ବୃଦ୍ଧି ପାଇବ। IMFL ଓ ଦେଶୀ ମଦ ଉପରେ ଅବକାରୀ ଶୁଳ୍କ ମଧ୍ୟ ବୃଦ୍ଧି କରାଯାଇଛି। ନୂତନ OFF, CL କିମ୍ବା OS ଦୋକାନ ଖୋଲିବାକୁ ଅନୁମତି ଦିଆଯାଇନାହିଁ । ଗ୍ରାମୀଣ ଅଞ୍ଚଳରେ ନୂତନ ମଦ ଦୋକାନ ଖୋଲିବାକୁ ମିଳିବନି ଅନୁମୋଦନ। ଶିଳ୍ପାଞ୍ଚଳର ୩-ତାରକା ଓ ତାହା ଠାରୁ ଉପର ହୋଟେଲ୍ ଓ କ୍ଲବ୍ରେ ଛାଡ଼ ରହିବ।



