Spread the love

ଜେବିଆର ହସ୍ପିଟାଲ ନାମରେ ଅଭିଯୋଗକୁ କର୍ତ୍ତୃପକ୍ଷଙ୍କ ଖଣ୍ଡନ

ତାଳଚେର, : ତାଳଚେରସ୍ଥିତ ଜେବିଆର ହସ୍ପିଟାଲରେ ଆୟୁଷ୍ମାନ କାର୍ଡ ମାଧ୍ୟମରେ ହେଉଥ‌ିବା ଅନିୟମିତତା ସଂକ୍ରାନ୍ତରେ ବିଧାନସଭାରେ ବିଧାୟକ ବିଭୂତି ଭୂଷଣ ପ୍ରଧାନ ଅଭିଯୋଗ ଉଠାଇଥିଲେ। ବିଧାୟକଙ୍କ ଅଭିଯୋଗକୁ ହସ୍‌ପଟାଲ ପକ୍ଷରୁ ଖଣ୍ଡନ କରାଯାଇଛି। ହସ୍ପିଟାଲ ସଂଯୋଜକ ଜଗନ୍ନାଥ ପ୍ରଧାନ ବିଧାୟକଙ୍କ ଅଭିଯୋଗକୁ ସମ୍ପୂର୍ଣ୍ଣ ଭିଭିହୀନ ବୋଲି କହିଛନ୍ତି । ଶ୍ରୀ ପ୍ରଧାନ ଯେ କୌଣସି ଯାଞ୍ଚ ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ପ୍ରସ୍ତୁତ
ବୋଲି କହିଛନ୍ତି। ଆୟୁଷ୍ମାନ କାର୍ଡରୁ ଅର୍ଥ ଉଠାଇ ହୁଏ ନାହିଁ | ଆୟୁଷ୍ମାନ କାର୍ଡଧାରୀଙ୍କ ଚିକିତ୍ସା ଖର୍ଚ୍ଚର ଏକ ତାଲିକା ହସ୍ପିଟାଲ କର୍ତ୍ତୃପକ୍ଷ ପ୍ରଥମେ ସ୍ବାସ୍ଥ୍ୟ ବିଭାଗକୁ ପଠାଇଥାନ୍ତି। ମଞ୍ଜୁର ଅର୍ଥ କେବଳ ହସ୍ପିଟାଲ କର୍ତ୍ତୃପକ୍ଷ ନେଇ ପାରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। କାର୍ଡରେ ପଇସା ନସରିବା ପର୍ଯ୍ୟନ୍ତ
ରୋଗୀ ଙ୍କୁ ଛଡ଼ା ଯାଉନଥିବା କପୋଳକଳ୍ପିତ ବୋଲି ସେ କହିଛନ୍ତି। ଚଳିତ ବର୍ଷ ଏପ୍ରିଲ ୧୫ରେ ବିଧାୟକଙ୍କ ଗ୍ରାମ ପଙ୍ଗାତିରାରେ ହସ୍ପିଟାଲ ପକ୍ଷରୁ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। କିଛି ରୋଗୀ ଚେକ ଅପ୍ ପାଇଁ ଜବିଆର ହସ୍ପିଟାଲ ଆସିଥିଲେ। ସେମାନଙ୍କ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅର୍ଥ ମଞ୍ଜୁର ସଂକ୍ରାନ୍ତ କାଗଜପତ୍ର ସେ ଦେଖାଇଥିଲେ । ସାମ୍ବାଦିକ ସମ୍ମିଳନୀରେ ହସ୍ପିଟାଲର ଆୟୁଷ୍ମାନ କାର୍ଡ ଇନଚାର୍ଜ ଅମିୟ ରଞ୍ଜନ ପତି ଓ ମହେଶ୍ବର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *