
ସୁନ୍ଦରୀ ଫେରିଯିବ ମଧ୍ୟପ୍ରଦେଶ
ଜେ ବି ଏନ, ୯/୧୨/୨୦୨୦, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଭୁବନେଶ୍ବର : ଓଡିଶା ରେ ବାଘ ବଂଶ ବୃଦ୍ଧି ପାଇଁ ସାତକୋଶିଆ ଅଭୟାରଣ୍ୟକୁ ଆସିଥିବା ବାଘୁଣୀ ‘ସୁନ୍ଦରୀ’ ମଧ୍ୟପ୍ରଦେଶ ଫେରିଯିବ। ତାକୁ କାହ୍ନା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅନ୍ତର୍ଗତ ଘୋରେଲା କେନ୍ଦ୍ରରେ ରଖାଯିବ। ତେବେ ସେଠାରେ ବାଘୁଣୀକୁ ରଖିବା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହେବା ପର୍ଯ୍ୟନ୍ତ ‘ସୁନ୍ଦରୀ’ର ଯତ୍ନ ନେବାକୁ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ। ଏନେଇ ସେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଏନେଇ ଶିବରାଜ ଟ୍ୱିଟ୍ କରି ମଧ୍ୟ ଜଣାଇଛନ୍ତି ।



