
ଏମ କେ ସି ଜି ରେ କାର୍ଯ୍ୟରତ ଅସ୍ଥାୟୀ ନର୍ସିଂ କର୍ମଚାରୀଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଏମ୍ଳନ ତୃତୀୟ ଦିନରେ
ଜେ ବି ଏନ, ୯/୧୨/୨୦୨୦, (ରିପୋର୍ଟ, ରୂପକ ମହାନ୍ତି),
ବ୍ରହ୍ମପୁର : ଏମ୍ କେ ସି ଜି ରେ କାର୍ଯ୍ୟରତ ଅସ୍ଥାୟୀ ନର୍ସିଂ କର୍ମଚାରିଙ୍କ
ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ତୃତୀୟ ଦିନ ରେ ପହଞ୍ଚିଛି l ନର୍ସିଂ କର୍ମଚାରୀ ମାନେ ଶାନ୍ତିପୂର୍ଣ୍ଣ ଭାବେ mkcg ଅଧିକ୍ଷକ ଙ୍କ ଅଫିସ ସମ୍ମୁଖରେ ଧାରଣା ରେ ବସିଥିଲେ l ଏହା ସହିତ ଆଜି ଗଞ୍ଜାମ ବିଜେପି ତରଫରୁ ଆନ୍ଦୋଳନ ରେ ସହାୟତା ର ହାତ ବଢ଼ାଇଥିଲେ l ଯଦି ସରକାର ଏହି ଅସ୍ଥାୟୀ ନର୍ସିଂ କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ନ ଦିଅନ୍ତି ତେବେ BJP ରାଜରାସ୍ତାକୁ ଓହ୍ଲାଇବ ବୋଲି ମତବ୍ୟକ୍ତ କରିଛି l




