ବି ଜି ଡି କଲେଜ୍ ରେ ନିଶା ନିବାରଣ ସଚେତନତା ସଭା, ନିଶା ନିବାରଣ କୁ ବ୍ରତ କରିବାକୁ ଛାତ୍ର ଛାତ୍ରୀ ଓ ଅଧ୍ୟାପକ ନେଲେ ଶପଥ
ବାମରା:୩୧/୩: ସମ୍ବଲପୁର ଜିଲ୍ଲା ବାମରା ବ୍ଲକ କେଶାଇବାହାଲସ୍ଥିତ ବାସୁଦେବ ଗୋଦାବରୀ ଡିଗ୍ରୀ କଲେଜ୍ ର ସଭା ଗୃହରେ ଓଡ଼ିଆ ବିଭାଗ ମୁଖ୍ୟ ତଥା ଭାରପ୍ରାପ୍ତ ଅଧ୍ୟକ୍ଷା ମନୋରମା ପଟେଲଙ୍କ ସଭାପତିତ୍ବରେ ନିଶାନିବାରଣ ସଚେତନତା ସଭା ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ସମସ୍ତ ଛାତ୍ର,ଛାତ୍ରୀ,ଅଧ୍ୟାପକ,ଅଧ୍ୟାପିକା ଓ ଯୋଗ ଦେଇଥିବା ଅତିଥି ଗଣ ଆଗାମୀ ଦିନରେ ନିଶା ମୁକ୍ତ ଓଡିଶା ଗଠନ ପାଇଁ ନିଶା ନିବାରଣକୁ ବ୍ରତ କରିବା ପାଇଁ ମିଳିତ ଶପଥ ନେଇଥିଲେ ।ଏହି ସଚେତନତା ସଭାରେ ଅବିଭକ୍ତ ସମ୍ବଲପୁର ଜିଲ୍ଲା ନିଶା ନିବାରଣ ଅଭିଯାନର ସଭାପତି ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ନିଶା ମୁକ୍ତ ଓଡିଶା ଗଠନ ପାଇଁ ଯୁବ ସମାଜର ସହଯୋଗ କାମନା କରିଥିଲେ ।କାର୍ଯ୍ୟକ୍ରମରେ ପଲ୍ଲି ଭାରତୀ ୟୁଥ୍ କ୍ଳବ୍ ର ସମ୍ପାଦିକା ଡାକ୍ତର ଜ୍ୟୋତ୍ସ୍ନା ପଧାନ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ନିଶା ଯୋଗୁଁ ମଣିଷ ଭୋଗୁଥିବା ସ୍ୱାସ୍ଥ୍ୟ ଗତ ସମସ୍ୟା ସମ୍ପର୍କରେ ବୁଝାଇଥିଲେ । ପ୍ରାରମ୍ଭରେ କଲେଜ୍ ର ଇତିହାସ ବିଭାଗ ମୁଖ୍ୟ ଅଧ୍ୟାପିକା ସୁବାସିନୀ ପଟେଲ ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ଓଡ଼ିଆ ବିଭାଗ ଅଧ୍ୟାପିକ କ୍ଷୀରୋଦ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଟିକୁ ଅଧ୍ୟାପିକା ମନିଶା ବେହେରା, ରେଶ୍ମା ପତି, ସୌମ୍ୟରଞ୍ଜନ ସାହୁ, ପଲ୍ଲି ଭାରତୀ ୟୁଥ୍ କ୍ଳବ୍ ର ସଭାପତି ଗୋମତୀ ଧାନ, ଚନ୍ଦ୍ର ଶେଖର ପୋଢ଼, ପଦ୍ମିନୀ କିଶାନ ପ୍ରମୁଖ ଆୟୋଜନ କରିଥିଲେ ।



