ଜେ. ବି. ଏନ୍ (୧୦/୧୨ /୨୦୨୦)ବରଗଡ଼ : ବରଗଡ଼ ଜିଲ୍ଲା ଅତାବିରା କଳା ସଂସ୍କୃତି ମଣ୍ଡପ ଠାରେ ଗୁରୁବାର ବରିଷ୍ଠ ନାଗରିକ ମାନଙ୍କ ପକ୍ଷରୁ ସଂଘର ସଭାପତି ବେଣୁଧର ମିଶ୍ରଙ୍କ ସଭାପତିତ୍ବରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ପ୍ରଥମେ ସଂଘର ପୂର୍ବତନ ସମ୍ପାଦକ ସ୍ବର୍ଗତ ଦଶରଥ ବାଗ ଓ ସଭ୍ୟ ସ୍ବର୍ଗତ ହରି ତାଣ୍ଡିଆଙ୍କ ସ୍ମୃତିରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।ଏହାପରେ ସଭାରେ ସଂଘର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ପୂର୍ବତନ ସଂପାଦକଙ୍କ ବିୟୋଗ ପରେ ନୂତନ ସମ୍ପାଦକ ମନୋନୟନ କରାଯିବା ପାଇଁ ବିରେନ୍ଦ୍ର ପ୍ରାସାଦ ମିଶ୍ର, ଭୋଲାନାଥ ପ୍ରଧାନଙ୍କୁ ସମ୍ପାଦକ ରୂପରେ ମନୋନୟନ ପାଇଁ ପ୍ରସ୍ତାବ ଆଗତ କରିଥିଲେ ଓ ସର୍ବ ସମ୍ମତିକ୍ରମେ ତାଙ୍କୁ ସମ୍ପାଦକ ରୁପେ ମନୋନୀତ କରାଗଲା।ପରେ ବରିଷ୍ଠ ନାଗରିକ ସଂଘର ସ୍ଥାୟୀ ଗୃହ ନିର୍ମାଣ ଉପରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିଲା। ଅସ୍ଥାୟୀ ଭାବରେ ଥିବା ପଞ୍ଚାନନ ମେହେରଙ୍କ ବ୍ୟକ୍ତିଗତ ଗୃହରେ କାମଚଳା ଭାବରେ ବରିଷ୍ଠ ନାଗରିକ ମାନେ ଆଜିଯାଏ ବୈଠକ କରିଆସୁଛନ୍ତି। ତାଙ୍କ ପାଇଁ ସ୍ଥାୟୀ ଗୃହର ନିର୍ମାଣ ପାଇଁ ଏନ୍ଏସି ତଥା ବ୍ଲକ ଅନେକ ଦିନରୁ ପ୍ରତିଶ୍ରୁତି ଦେଇ ଆସୁଥିଲେ ମଧ୍ୟ ଆଜିଯାଏ କିଛି ଫଳପ୍ରଦ ହୋଇ ନଥିବା ଯୋଗୁଁ ବୈଠକରେ ଉପସ୍ଥିତ ସଭ୍ୟ ମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାପରେ ସମସ୍ତ ସଭ୍ୟ ମାନଙ୍କୁ ବାର୍ଷିକ ସଭ୍ୟ ଚାନ୍ଦା ଦୁଇମାସ ଭିତରେ ଦେବାପାଇଁ କୁହାଯାଇଥିଲା।ଏହାବ୍ୟତୀତ ୨୨ ଜଣ ନୂତନ ସଭ୍ୟ ଫର୍ମ ଗ୍ରହଣ କରାଯାଇଥିଲା। କଳା ସଂସ୍କୃତି ମଣ୍ଡପ ସମ୍ମୁଖରେ ବିନା ପଚରା ଉଚୁରା କରି ୱେସ୍କୋ କର୍ତ୍ତୃପକ୍ଷ ଦୁଇଟି ସିମେଣ୍ଟ ପୋଲ ପୋତିଛି। ତାହାକୁ ତୁରନ୍ତ ସ୍ଥାନାନ୍ତରିତ କରାନଗଲେ ବରିଷ୍ଠ ନାଗରିକ ମାନେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୭ ତାରିଖରେ ହୀରାକୁଦ ନେହେରୁ ମିନାର ଠାରେ ସଂଘର ବାର୍ଷିକ ଉତ୍ସବ ସହ ଏକ ବଣ ଭୋଜି କରାଯିବା ପାଇଁ ବୈଠକରେ ସ୍ଥିର କରାଯାଇ ସମସ୍ତ ସଭ୍ୟ ଏହିଥିରେ ଯୋଗ ଦେଇ ସଂଘର ଏକତାକୁ ରକ୍ଷା କରିବା ପାଇଁ ଆହ୍ବାନ ଦିଆଯାଇଥିଲା। ଏହି ବୈଠକରେ କୋଷାଧ୍ୟକ୍ଷ ଉପେନ୍ଦ୍ର ଚନ୍ଦ୍ର ମିଶ୍ର, ସହ ସମ୍ପାଦକ ଜପରାମ୍ ବାରିକ୍, ସୁରେଶ୍ ଗଡତିଆ, ଅଡିଟର ବିରେନ୍ଦ୍ର ପ୍ରସାଦ ମିଶ୍ର, ପାନିବୁଡି ପ୍ରଧାନ, କୁଞ୍ଜବିହାରୀ ତ୍ରିପାଠୀ, ଦଶରଥ ଚାନ୍ଦ, କିଶନ ଶର୍ମା ପ୍ରମୁଖ ଉପସ୍ଥିତ ଥିବାବେଳେ ମଙ୍ଗଳୁ ବିଶ୍ଵାଳ ଧନ୍ୟବାଦ ଦେଇଥିଲେ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_25-11-05_07-59-52-526-1.jpg)


