
(ଜେ. ବି. ଏନ୍) ୧୦/୧୨ /୨୦୨୦ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଶରତ କୁମାର ଦେହୁରିଙ୍କ ନିର୍ଦ୍ଦେଶକ୍ରମେ ଡିଜିଟାଲ ମାଧ୍ୟମରେ ମାନବିକ ଅଧିକାର ଦିବସ ପାଳନ କରାଯାଉଛି । ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁକାନ୍ତ କିଶୋର ଜେନା ଉପସ୍ଥିତ ରହି ମାନବିକ ଅଧିକାର ଦିବସର ମହତ୍ବ ଉପରେ ନିଜର ବକ୍ତବ୍ୟ ଉପସ୍ମାପନ କରିଥିଲେ । ଏହି ଦିବସରେ ପ୍ରଥମ ଶ୍ରେଣୀ ବିଚାର ବିଭାଗିୟ ମାଜିଷ୍ଟ୍ରେଟ ମୈତ୍ରୀ ସାମନ୍ତରାୟ ଉପସ୍ଥିତ ରହି ସମସ୍ତ ମାନବିକ ମୌଳିକ ଅଧିକାର ବିଷୟରେ ନିଖୁଣ ଭାବରେ ଆଲୋଚନା କରିଥିଲେ । ମାନବିକ ଅଧିକାର ପ୍ରତ୍ୟେକ ବ୍ୟକ୍ତି ପାଇଁ ଅତ୍ୟନ୍ତ ପ୍ରଯୁଯ୍ୟ ଅଟେ ଏବଂ ଏହାର ସଦୁପଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ଏତଦ୍ ସହିତ ବର୍ତ୍ତମାନ ସମୟରେ ସାମାଜିକ ଗଣମାଧ୍ୟମ ଗୁଡିକର କିପରି ବ୍ୟବହାର ଓ ନିରାପଦ ବ୍ୟବହାର କରିବା ସେ ବିଷୟରେ ମଧ୍ୟ ଏକ ଆଲୋଚନ ଅନୁଷ୍ଠିତ ହୋଇଯାଅଛି । ଏହି ଅବସରରେ ଦ୍ବିତୀୟ ଶ୍ରେଣୀ ବିଚାର ବିଭାଗିୟ ମାଜିଷ୍ଟ୍ରେଟ ଶ୍ରୀମୟୀ ନନ୍ଦ ଉପସ୍ଥିତ ରହି ସାମାଜିକ ଗଣ ମାଧ୍ୟମ ଗୁଡିକର ବ୍ୟବହାର ବିଷୟରେ ବିଷଦ ଭାବରେ ଅଲୋଚନା କରିଥିଲେ ଏବଂ ଗଣ ମାଧ୍ୟମର ଦୁରୂପଯୋଗକୁ ରୋକିବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ପ୍ୟାନେଲ ଇୟର , ପି.ଏଲ.ଭି. , ଏବଂ ବ୍ରଜନାଥ ବଡ଼ଜେନା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ଥିଲେ ।



