
ନିଷ୍ଠା ପରିବାର ତରଫରୁ କରୋନା ମୃତକଙ୍କ ଶବଦାହ
ଜେ. ବି. ଏନ୍ (୧୦/୧୨ /୨୦୨୦, ରିପୋର୍ଟ, ବିନୋଦ କୁମାର ନାୟକ), ବରଗଡ଼ :ବରଗଡ଼ ଜିଲ୍ଲା ଜଣେ ୮୨ ବର୍ଷିୟ ବୃଦ୍ଧ ଙ୍କ କରୋନା ରେ ମୃତ୍ୟୁବରଣ ହେଲା । ତାଙ୍କ ନିଜର କେହି ନାହାନ୍ତି ବୋଲି ଜିଲ୍ଲା ପ୍ରଶାସନଠୁ ଖବର ପାଇଥିଲେ ନିଷ୍ଠା ପରିବାର । ସଂଗେ ସଂଗେ ନିଷ୍ଠା ପରିବାର ର ଟିମ ସେଠାରେ ପହଞ୍ଚି କାଠ ଯୋଗାଡ କରିବା ସହ ଶବ ସତ୍କାର କରିଥିବା ଜଣାପଡିଛି । ତାଙ୍କ ର ଜଣେ ଦୂର ସଂପର୍କୀୟ ମୁଖାଗ୍ନୀ ଦେଇଥିଲେ । ଏହି ମହତ କାର୍ଯ୍ୟ ରେ ନିଷ୍ଠା ପରିବାର ର ଉପଦେଷ୍ଟା ବିଦ୍ୟାଧର ଭୋଇ , କୋଷାଧକ୍ଷ ଶ୍ୟାମ ସୁନ୍ଦରସାହୁ , ସହ ସଂପାଦକ ଜୟନ୍ତି ପ୍ରଧାନ , ସଂଯୋଜକ ମାନସ ମେହେର ଏବଂ ସଦସ୍ୟ ଦୟାନିଧି ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।




