
ଟ୍ରକ ଧକ୍କାରେ ଶ୍ରମିକ ମୃତ୍ୟୁ
ଜେ ବି ଏନ, ୧୦/୧୨/୨୦୨୦, (ରିପୋର୍ଟ, ମଦନ ସାହୁ), ନାଲକୋ/ଅନୁଗୋଳ : ନାଲକୋ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ଉପରେ ଇଣ୍ଡିଆନ ପେଟ୍ରୋଲ ପମ୍ପ କୁଲାଡ଼ ନିକଟରେ ଟ୍ରକ ଧକ୍କାରେ ଶ୍ରମିକ ମୃତ । ସୂଚନା ଅନୁଯାୟୀ ମୃତକ ଜଣଙ୍କ ଏକ ଇଟା ବୋଝେଇ ଗାଡ଼ିରେ ଶ୍ରମିକ ରୂପେ କାର୍ଯ୍ୟ କରନ୍ତି । ଅପରାହ୍ନ ପ୍ରାୟ ୫.୨୦ ମିନିଟ ସମୟରେ ଏକ ଟ୍ରକ ( ଓଡ଼ି ୦୫ ଏଏମ ୯୪୦୯ ) ବଅଁରପାଳ ଆଡୁ ନାଲକୋ ଅଭିମୁଖେ ଆସୁଥିବା ସମୟରେ ସିପିପି ଛକ ନିକଟସ୍ଥ ପେଟ୍ରୋଲ ପମ୍ପ ପାଖରେ ଶ୍ରମିକକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଶ୍ରମିକ ଜଣଙ୍କ ମୃତ୍ୟୁ ବରଣ କରିଛନ୍ତି । ସୂଚନା ଅନୁଯାୟୀ ମୃତ ଶ୍ରମିକ ଜଣଙ୍କ ନାଲକୋ ଥାନା ବଳରାମ ପ୍ରସାଦ ଗ୍ରାମ ପଞ୍ଚାୟତ କେନ୍ଦୁ ପାଟଣା ସାହିର ସୁର ନାହାକଙ୍କ ପୁଅ ନବ ନାହାକ ( ୩୬ ) ମୃତ୍ୟୁ ବରଣ କରିଛନ୍ତି । ପରେ ନାଲକୋ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଏକ ଘରୋଇ ଆମ୍ବୁଲାନ୍ସ ଜରିଆରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅନୁଗୋଳକୁ ପଠାଯାଇଅଛି । ଉକ୍ତ ଶ୍ରମିକକୁ ଧକ୍କା ଦେଇଥିବା ଟ୍ରକଟି ଘଟଣା ସ୍ଥଳରୁ ଖସି ଯାଇ ନାଲକୋ ଥାନାରେ ଡ୍ରାଇଭର ଆତ୍ମସମର୍ପଣ କରିଥିବା ସୂଚନା ମିଳୁଅଛି ।




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-4-scaled.jpg)