
ବେକରେ ରସି ଲଗେଇ ଆତ୍ମହତ୍ୟା କଲେ ବୃଦ୍ଧ
ଜେ ବି ଏନ, ୧୦/୧୨/୨୦୨୦, (ରିପୋର୍ଟ, ଯାଜପୁରରୁ ସରୋଜ କୁମାର ସାହୁ), ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ମଙ୍ଗଳପୁର ଟସର ଫାର୍ମରେ ଜଣେ ବୃଦ୍ଧଙ୍କ ମୃତ ଦେହ ଗଛ ରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଏନେଇ ଲୋକ ମାନେ ସୁକିନ୍ଦା ପୋଲିସ୍ କୁ ଖବର ଦେବା ପରେ ଘଟଣା ସ୍ଥଳରେ ପୋଲିସ୍ ପଂହଚି ତଦନ୍ତ ଆରମ୍ଭ କରିଛି । ତେବେ ମୃତ୍ୟୁକ ବୃଦ୍ଧ ଜଣଙ୍କ ମଙ୍ଗଳପୁର ସାମ ଲେଙ୍କା ବୋଲି ଜଣାପଡିଛି । ସାମ ଲେଙ୍କା ଜଣେ ମାନସିକ ରୋଗୀ ହୋଇଥିବା ତାଙ୍କ ପୁଅ କହିଥିବା ବେଳେ ସେ ପୂର୍ବରୁ ମଧ୍ୟ ବହୁ ବାର ଆତ୍ମ ହତ୍ୟା ଉଦ୍ୟମ କରିଥିବା ତାଙ୍କ ପୁଅ କହିଛନ୍ତି l




