
ତିନି ଦିନରେ ଆଠଗଡରେ କରୋନା ସଂକ୍ରମିତ ଶୂନ୍ୟ
ଜେ. ବି. ଏନ୍ (୧୦/୧୨ /୨୦୨୦)
ଆଠଗଡ : ଆଠଗଡ ବ୍ଲକ ଅଞ୍ଚଳରେ ଗତ ତିନି ଦିନ ମଧ୍ୟରେ ୧୭୫ଜଣଙ୍କର ବିଭିନ୍ନ ସ୍ଥାନରେ ଆଣ୍ଟିଜେନ ପରୀକ୍ଷଣ କରାଯାଇଥିବାବେଳେ ଜଣେ ହେଲେବି କରୋନା ସଂକ୍ରମିତ ବାହାରିନଥିବା ଜଣାପଡିଛି। ମଙ୍ଗଳବାର ଠାରୁ ଆଜି ମଧ୍ୟରେ ବ୍ରହ୍ମପୁର ସିଏଚସିରେ ୮୮, ଧୁରୁଷିଆ ଶିବିରରେ ୮୭ ଏବଂ ଆଠଗଡ ଡାକ୍ତରଖାନାରେ ୩୦ଜଣଙ୍କର ଆଣ୍ଟିଜେନ ପରୀକ୍ଷଣ କରାଯାଇଥିଲା। ଏହି ୧୭୫ଜଣଙ୍କ ମଧ୍ୟରୁ ଜଣେ ହେଲେ ବି କରୋନା ସଂକ୍ରମିତ ନଥିବା ଜଣାପଡିଛି।



