
୩୩ କୋଭି ବିଦ୍ୟୁତ ତାର ଲାଗି ଶ୍ରମିକ ମୃତ
ଜେ. ବି. ଏନ୍ (୧୦/୧୨ /୨୦୨୦)
ଭଂଜନଗର : ସ୍ଥାନୀୟ ବାଗ୍ଦେବୀ ରୋର ନିଳାଦ୍ରିବିହାର ସାହିର ୩ୟ ଲେନ୍ରେ କୌଣସି ଏକ ଘର କାମ ଚାଲିଥିବା ବେଳେ ଜଣେ ଶ୍ରମିକ ୩୩ କେ.ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ ଘଟିଛି। ମୃତ ଶ୍ରମିକଙ୍କ ନାମ ଟୁନା ସ୍ୱାଇଁ ଓ ତାଙ୍କର ଘର ନିଗଟସ୍ଥ ଗାମୁଣ୍ଡି ଗ୍ରାମ ବୋଲି ଜଣାପଡିଛି। ଗୁରୁବାର ମଧ୍ୟାହ୍ନ ପ୍ରାୟ ୧୨ଟାରୁ ଗୋଟାଏ ମଧ୍ୟରେ ଏହି ଶ୍ରମିକ ଜଣକ ଲୁହା ଛଡ ଆଣିବା ପାଇଁ ଛାତ ଉପରକୁ ଯଇଥିବା ବେଳେ ଛାତ ସମ୍ମୁଖରେ ଯାଇଥିବା ୩୩ କେ.ଭି ବିଦ୍ୟୁତ ସଂଯୋଗ ତାରରେ ହାତରେ ଉଠାଉଥିବା ଲୁହାଛଡ ଲାଗି ଯାଇଥିଲା। ଲୁହାଛଡରେ ବିଦ୍ୟୁତ ପ୍ରବାହିତ ହୋଇ ଏହି ଶ୍ରମିକ ଜଣଙ୍କ ଶରୀର ଜଳି ଉଡିଥିଲା। ଶ୍ରମିକଙ୍କ ଶରୀରର ଅର୍ଦ୍ଧଦଗ୍ଧୀ ହୋଇ ଯାଇଥିଲା। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ପ୍ରଥମେ ଭଂଜନଗର ପରେ ବ୍ରହ୍ମପୁର ବଡମେଡିକାଲ ନିଆଯାଇଥିଲା। ଅପରାହ୍ନ ସାଢେ ୫ଟାରେ ଡାକ୍ତର ତାଙ୍କର ମୃତ ଘୋଷଣା କରିଥିଲେ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-4-scaled.jpg)