

ରଣେଶ୍ବର ରାମଚଣ୍ଡୀ ମନ୍ଦିରର ନିର୍ମାଣ ସକାଶେ ଶିଳାନ୍ୟାସ କଲେ ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ ସିଂହ
ଜେ. ବି. ଏନ୍ (୧୧/୧୨ /୨୦୨୦)(ରିପୋର୍ଟ, ବିନୋଦ କୁମାର ନାୟକ)
ବରଗଡ଼ :ବରଗଡ଼ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀର ଅମ୍ବାଭୋନା ବ୍ଳକ ଅନ୍ତର୍ଗତ କଣ୍ଡିପାଲି ଗ୍ରାମରେ ଶ୍ରୀ ଶ୍ରୀ ରଣେଶ୍ବର ରାମଚଣ୍ଡୀ ମନ୍ଦିରର ନିର୍ମାଣ ସକାଶେ ଆୟୋଜିତ ଶିଲାନ୍ୟାସ ଉତ୍ସବରେ ଯୋଗ ଦେଇ ଶିଳା ନ୍ୟାସ କଲେ ଶ୍ରୀଯୁକ୍ତ ସୁଶାନ୍ତ ସିଂହ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ନିତ୍ୟାନନ୍ଦ ପ୍ରଧାନ , ପୂର୍ବତନ ବିଧାୟକ ଅମ୍ବାଭୋନା ( ମୁରା ) ଶ୍ରୀ ମକରଧ୍ବଜ ପ୍ରଧାନ ତଥା ଅଞ୍ଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।




