ପଜିଟିଭ ସଂଖ୍ୟା ୧୧୨୬୨ ରେ ପହଞ୍ଚିଲା : ସୁସ୍ଥ ହେଲେ ୬୩ ଜଣ ।
ପଜିଟିଭ ସଂଖ୍ୟା ୧୧୨୬୨ ରେ ପହଞ୍ଚିଲା : ସୁସ୍ଥ ହେଲେ ୬୩ ଜଣ ।
ଅନୁଗୋଳ ଜିଲ୍ଲାରେ ୨୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ଆଜି ( ସ୍ଵାବ ନମୁନା ଦେଇଥିବା ବ୍ୟକ୍ତି ) କେହି ଆକ୍ରାନ୍ତ ଚିହ୍ନଟ ହୋଇ ନଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ୧୯୭ ରେ ରହିଛି । ଅନୁଗୋଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ୧୦ଜଣ ( ୧୦ ଜଣ ପୁରୁଷ ) , କଣିହାଁ ବ୍ଳକ୍ ଅଞ୍ଚଳରୁ ୬ଜଣ ( ୪ଜଣ ପୁରୁଷ ଓ ୨ଜଣ ମହିଳା ) , ଅନୁଗୋଳ ପୌରାଞ୍ଚଳରୁ ୩ଜଣ ( ୨ଜଣ ପୁରୁଷ ଓ୧ ଜଣ ମହିଳା ) , ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୨ଜଣ ( ୧ ଜଣ ପୁରୁଷ ଓ୧ ଜଣ ମହିଳା ) , କିଶୋରନଗର ବ୍ଳକ୍ ଅଞ୍ଚଳରୁ ୨ଜଣ ( ୧ଜଣ ପୁରୁଷ ଓ ୧ଜଣ ମହିଳା ) , ପାଳଲହଡା ବ୍ଳକ୍ ଅଞ୍ଚଳରୁ ୨ଜଣ ( ୨ ଜଣ ମହିଳା ) , ତାଳଚେର ବ୍ଳକ୍ ଅଞ୍ଚଳରୁ ୧ଜଣ ( ୧ ଜଣ ପୁରୁଷ ) ଓ ଆଠମଲିକ ବ୍ଲକ୍ ଅଞ୍ଚଳରୁ ୧ଜଣ ( ୧ଜଣ ପୁରୁଷ ) ଅଛନ୍ତି । ସମସ୍ତେ ଅନ୍ୟ ଆକ୍ରାନ୍ତ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି । ଆଜି ଅନୁଗୋଳ ବ୍ଳକ , ତାଳଚେର ପୌରାଞ୍ଚଳ ଓ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରୁ କୌଣସି ପଜିଟିଭ ଚିହ୍ନଟ ହୋଇନାହାନ୍ତି | ଚିହ୍ନଟ ହୋଇଥିବା ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେସନ୍ ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ଆଜି ଅନୁଗୋଳ ଜିଲ୍ଲାରୁ ୬୩ଜଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧ଜଣ କୋଭିଡ ହସ୍ପିଟାଲରୁ ଓ ୬୨ଜଣ ହୋମ୍ ଆଇସୋଲେସନ୍ ରୁ ସୁସ୍ଥ ହୋଇଛନ୍ତି ।








All rights reserved. Designed by Inter Softech