ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ମହୋତ୍ସବର ସଜବାଜ
ବରଗଡ଼:୭/୫(ପବିତ୍ର ମେହେର) ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ସ୍ମୃତି କମିଟି ତରଫରୁ ସ୍ଥାନୀୟ ଏ. ଇ. ମିସନ ସ୍କୁଲ ଠାରେ କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ତତ୍ବାବଧାନରେ ଲୁଲୁ ରବିନ ଦାସଙ୍କ ଆବାହକତ୍ବରେ ଦଧିବାବନ ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି, ସମ୍ପାଦକ ତୁଳସୀ ଚରଣ ଦାଶ ବିବରଣୀ ପାଠ କରିଥିଲେ, ଉପସଭାପତି ସର୍ଦ୍ଦାର ପ୍ରିତମ ସିଂହଙ୍କ ସଂଯୋଜନାରେ ଅନୁଷ୍ଠିତ ପ୍ରଥମ ପ୍ରସ୍ତୁତି ବୈଠକରେ ଆସନ୍ତା ଦେବସ୍ନାନ ପୂର୍ଣ୍ଣିମାରେ ବିଗତ ବର୍ଷ ପରି ଚଳିତ ବର୍ଷ ଜୁନ ୨୮ ରବିବାର ଦିନ ଗୁରୁ ଭଗବାନ ସାହୁଙ୍କ ୯୬ ତମ ଜୟନ୍ତୀରେ ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ମହୋତ୍ସବ ପାଳନ ପାଇଁ ନିଷ୍ପତି ନିଆଯିବାସହ ଦୁଇ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ସ୍ମୃତି ସମ୍ମାନ ପ୍ରଦାନ କରାଯିବା ସହିତ ଗୁରୁ ଭଗବାନ ସାହୁଙ୍କ ସ୍ମୃତି ରକ୍ଷା ପାଇଁ କାର୍ଯ୍ୟ କରୁଥିବା ବିଭିନ୍ନ ଅନୁଷ୍ଠାନ ମାନଙ୍କୁ ସମ୍ମାନିତ କରାଯିବ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁ ଭଗବାନ ସାହୁଙ୍କ ଉପରେ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବାସହ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ନିଆଯାଇଛି, ସଂଗଠନ ସମ୍ପାଦକ ପ୍ରଦୀପ ଦେବତା ଧନ୍ୟବାଦ ଅର୍ପଣ କରିଥିଲେ l ସହ ସମ୍ପାଦକ ଡ଼ ଯଶବୀର ସିଂ ସୈନୀ, କୋଷାଧ୍ୟକ୍ଷ ଅଚ୍ୟୁତାନନ୍ଦ ବାରିକ, ବରିଷ୍ଠ ସଦସ୍ୟ ଉଦ୍ଧବ ଚରଣ ବେହେରା, ବିମଳ କୃଷ୍ଣ ମିଶ୍ର, ମନୋରଞ୍ଜନ ମେହେର,ପଞ୍ଚାନନ ବାରିକ, ଶିବାନନ୍ଦ ମଟାରୀ,ଅରୁଣ କୁମାର ସାହୁ,ନୁରାବତି ସାହୁ,ସନ୍ତୋଶିନି ଦାଶ,ଜୟଶ୍ରୀ ପଣ୍ଡା,ସଙ୍ଗୀତା ଦିପ, ସନ୍ତୋଶିନି ନାଗ,ଯଶୋବନ୍ତି କୁଅଁର,ସାରଥି ମେହେର,ମାନସ ରଂଜନ ଦାଶ ପ୍ରମୁଖ ଯୋଗଦାନ କରି ସୁଚିନ୍ତିତ ମତାମତ ପ୍ରକାଶ କରି ବିଭିନ୍ନ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା l



