ବାଲୁଗାଁ ଏନ.ଏ.ସି ରେ ଡକାଯାଇଥିବା ଟେଣ୍ଡର ର ହୋଇଥିବା ହେରଫେର ବିରୁଦ୍ଧରେ ଜିଲ୍ଲାପାଳ ଙ୍କୁ ତଦନ୍ତ ନିର୍ଦେଶ ଦେଲେ ସହର ଓ ଗ୍ରାମୀଣ ବିକାଶ ମନ୍ତ୍ରାଳୟ ର ଅତିରିକ୍ତ ସଚିବ

—————————————- ଜେ.ବି.ଏନ, ୧୩/୧୨/୨୦୨୦, (ରିପୋର୍ଟ, ରଂଜିତ କୁମାର ସାହୁ ), ଖୋର୍ଦ୍ଧା /ବାଲୁଗାଁ :ଗତ ମାସ ରେ ବାଲୁଗାଁ ଏନ.ଏ.ସି ରେ ଆହୁତ କରାଯାଇଥିବା ଦୁଇ କୋଟିରୁ ଉର୍ଦ୍ଧ ଟେଣ୍ଡର ରେ ଯେଉଁ ଅନିୟମିତତା ହୋଇଥିଲା ତାହା ବିରୁଦ୍ଧରେ ବାଲୁଗାଁ ସଚେତନ ନାଗରିକ ମଞ୍ଚ ଓ ମା ତାରିଣୀ ଯୁବଗୋଷ୍ଠୀ ସଦସ୍ୟ ମାନେ ଗତ ମାସ 13ତାରିଖ ରେ ଏକ 10ଦଫା ଦାବିପତ୍ର ବାଲୁଗାଁ କାର୍ଯ୍ୟନିର୍ବାହୀ ଅଧିକାରିଣୀ, ଖୋର୍ଦ୍ଧା ପ୍ରକଳ୍ପ ନିର୍ଦେଶକ ଓ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ପ୍ରଦାନ କରିଥିଲେ |ଯାହାକି ଏକ ସାଙ୍ଘାତିକ ଦୁର୍ନୀତି ହୋଇଥିବାରୁ ଏହି ଦୁର୍ନୀତି ବିରୁଦ୍ଧରେ ଗତ 4/12/20ତାରିଖ ରେ ଖୋର୍ଦ୍ଧା ଜିଲ୍ଲାପାଳ ଙ୍କୁ ତଦନ୍ତ ନିର୍ଦେଶ ଦେଇଛନ୍ତି ଗ୍ରାମୀଣ ଓ ସହର ବିକାଶ ମନ୍ତ୍ରାଳୟ ର ଅତିରିକ୍ତ ସଚିବ |ଏ ଖବର ପ୍ରକାଶ ପାଇବାପରେ ବାଲୁଗାଁ ଏନ. ଏ. ସି ରେ ଚର୍ଚ୍ଚା ଜୋର ଧରିଛି|




