
ପଜିଟିଭ ସଂଖ୍ୟା ୧୧୩୩ଠରେ ପହଞ୍ଚିଲା
ସୁସ୍ଥ ହେଲେ ୨୯ ଜଣ ଆକ୍ରାନ୍ତ ।
(ଜେ ବି ଏନ /ସୁଶିଲ କୁମାର) ୧୩/୧୨ /୨୦୨୦ ଅନୁଗୋଳ : ଅନୁଗୋଳ ଜିଲ୍ଲାରେ ୩୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି ।

ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୮ ରେ ପହଞ୍ଚିଛି । ଅନୁଗୋଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ ବଅଁରପାଳ ବ୍ଳକ ଅଞ୍ଚଳରୁ ୧୧ଜଣ ( ୯ଜଣ ପୁରୁଷ ଓ ୨ଜଣ ମହିଳା ) , ଛେଣ୍ଡିପଦା ବ୍ଳକ ଅଞ୍ଚଳରୁ ୯ଜଣ ( ୫ ଜଣ ପୁରୁଷ ଓ ୪ଜଣ ମହିଳା ) , ତାଳଚେର ବ୍ଲକ ଅଞ୍ଚଳରୁ ୫ ଜଣ ( ୩ ଜଣ ପୁରୁଷ ଓ୨ ଜଣ ମହିଳା ) , ଅନୁଗୋଳ ପୌରାଞ୍ଚଳରୁ ୪ଜଣ ( ୨ଜଣ ପୁରୁଷ ଓ ୨ଜଣ ମହିଳା ) , ଅନୁଗୋଳ ବ୍ଳକ ଅଞ୍ଚଳରୁ ୩ଜଣ ( ୩ଜଣ ପୁରୁଷ ) , କଣିହୀ ବ୍ଳକ ଅଞ୍ଚଳରୁ ୧ଜଣ ( ୧ ଜଣ ମହିଳା ) , ତାଳଚେର ପୌରାଞ୍ଚଳରୁ ୧ଜଣ ( ୧ଜଣ ପୁରୁଷ ) ଓ ପାଳଲହଡା ବ୍ଳକ ଅଞ୍ଚଳରୁ ୧ଜଣ ( ୧ଜଣ ପୁରୁଷ ) ଅଛନ୍ତି । ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି । ଆଜି କିଶୋରନଗର ବ୍ଳକ , ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳରୁ ପରିଷଦ ଓ ଆଠମଲିକ ବ୍ଲକରୁ କୌଣସି ପଜିଟିଭ ଚିହ୍ନଟ ହୋଇନାହାନ୍ତି | ଚିହ୍ନଟ ହୋଇଥିବା ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେସନ ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ଆଜି ଅନୁଗୋଳ ଜିଲ୍ଲାରୁ ୨୯ଜଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୫ଜଣ କୋଭିଡ ହସ୍ପିଟାଲରୁ ଓ ୨୪ଜଣ ହୋମ ଆଇସୋଲେସନ ରୁ ସୁସ୍ଥ ହୋଇଛନ୍ତି ।



