
ଲୁହା ବାର୍ ରେ ହାଇୱା ଗାଡି ପିଟି ହୋଇ ଚାଳକ ମୃତ
ଜେ ବି ଏନ, ୧୩/୧୨/୨୦୨୦, (ରିପୋର୍ଟ, ମଦନ ସାହୁ), ଅନୁଗୋଳ : ଆଜି ଅପରାହ୍ନରେ ତାଳଚେର ବ୍ଲକ ଜାମ୍ବୁବାହାଳି ଗ୍ରାମ ଶିବମନ୍ଦିର ନିକଟସ୍ଥ କୋଇଲା ଖଣି ରାସ୍ତାରେ ଥିବା ନୋ ଏଣ୍ଟ୍ରି ଲୁହା ବାର୍ ରେ ପିଟି ହୋଇ ହାଇୱା ଡ୍ରାଇଭର ମୃତ୍ୟୁବରଣ କରିଥିବା ଜଣାପଡିଛି । ଦ୍ରୁତଗତିରେ ହାଇୱା ଗାଡି (ଓ.ଆର.୧୯ ପି ୦୮୧୭) ଟି ଆସି ଏହି ଲୁହା ବାର୍ ରେ ପିଟି ହୋଇଥିଲା। ଘଟଣା ସ୍ଥଳରେ ଗାଡି ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ, ହାଇୱା ଗାଡିଟି ଭରତପୁର ପଟୁ ଦ୍ରୁତ ଗତିରେ ଆସି ନୂତନ ନିର୍ମାଣ ରାସ୍ତା ଦେଇ ହିଙ୍ଗୁଳା ମାଇନ୍ସ ଆଡକୁ ଯାଉଥିବାବେଳେ ସେଠାରେ ଥିବା ନୋ ଏଣ୍ଟ୍ରି ଲୁହା ବାର୍ ରେ ପିଟି ହୋଇଥିଲା । ମୃତ ଡ୍ରାଇଭରଙ୍କ ଘର କେଉଁଝର ଜିଲ୍ଲାରେ ବୋଲି ଜଣାପଡିଛି । ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖାଦେବାରୁ ପୋଲିସ୍ ପହଂଚି ଘଟଣାର ଅନୁଧ୍ୟାନ କରୁଛନ୍ତି।




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-4-scaled.jpg)