ରଘୁନାଥପୁର ଠାରେ କାର ବାଇକ ସାମ୍ନା ସାମନି ଧକା ! ବାଇକ ଆରୋହ ମୃତ୍ୟୁ

ଜେ ବି ଏନ, ୧୩/୧୨/୨୦୨୦, (ରିପୋର୍ଟ, ବ୍ୟୁରୋ JRP ), ଜଗତସିଂହପୁର : ରଘୁନାଥପୁର ଠାରେ କାର ବାଇକ ସାମ୍ନା ସାମନି ଧକା ! ବାଇକ ଆରୋହ ମୃତ୍ୟୁ। ପାରାଦ୍ୱୀପ କଟକ ରାସ୍ତା ରଘୁନାଥପୁର ଠାରେ କାର ସହିତ ବାଇକ ସାମ୍ନା ସାମନି ଧକା ହେବାରୁ ବାଇକ ଆରୋହୀ ର ମୃତ୍ୟୁ ଘଟିଛି ! କାର ମଧ୍ୟରେ ଥିବା ତିନି ଜଣ ବ୍ୟକ୍ତି ଘଟଣା ସ୍ଥଳରୁ କୌଶଳ କ୍ରମେ ଫେରାର ହୋଇଯାଇଛନ୍ତି ! କାର ଏବଂ ବାଇକ ରେ ନିଆଁ ଲାଗି ସମ୍ପୂର୍ଣ ଜଳି ପାଉଁଶ ହୋଇଯାଇଛି ! କିଛିକ୍ଷଣ ବାଦ ଘଟଣା ସ୍ଥଳରେ ରଘୁନାଥପୁର ଅଗ୍ନିଶ୍ରମ ବିଭାଗ ଏବଂ ପୋଲିସ କର୍ମଚାରୀ ପହଂଚି ନିଆଁ କୁ ଆୟତ କରିସାରିବା ପରେ ମୃତ୍ୟୁ ବାଇକ ଚାଳକ ର ଶବ ଜବତ କରି ଅପମୃତ୍ୟୁ ମାମଲା ୠଜୁକରି ଶବ ଵେବଛେଦ କରି ଘଟଣା ର ତଦନ୍ତ ଚଳାଉଛି !



