
କଟକ ମାରଓ୍ବାଡି ସମାଜ ତରଫରୁ ମାଗଣା ସ୍ବାସ୍ଥ୍ଯ ସେବା ଶିବିର
ଜେ ବି ଏନ, ୧୩/୧୨/୨୦୨୦, (ରିପୋର୍ଟ, ପ୍ରଦିପ୍ତ କୁମାର ଘଡେଇ), କଟକ: ଆଜି କଟକ ମାରଓ୍ବାଡି ସମାଜ ତରଫରୁ ସମ୍ ଅଲ୍ଟିମେଟ୍ ମେଡିକେଆର୍, ଭୁବନେଶ୍ୱର ସହାୟତା ରେ ଏକ ମାଗଣା ସ୍ବାସ୍ଥ୍ଯ ସେବା ଶିବିର କଟକସ୍ଥିତ ବାଲୁବଜାର ର ମାରଓ୍ବାଡି ପ୍ରାଥମିକ ବିଦ୍ଯାଳୟରେ ଖୋଲାଯାଇ ବିଶ୍ବବ୍ଯାପି ମହାମାରୀ କରୋନା ଲାଗି ନିଜ ସ୍ବାସ୍ଥ୍ଯ କୁ ଠିକ୍ ଭାବରେ ଯତ୍ନ ନେଇ ପାରିନଥିବା ଲୋକମାନଙ୍କୁ ସମସ୍ତ ପ୍ରକାର ରୋଗର ବିଶିଷ୍ଟ ଡାକ୍ତରଂକ ଦ୍ବାରା ପରୀକ୍ଷା କରାଯାଇ ମାଗଣା ଓ୍ଯଷଧ ସହ ମାସ୍କ, ସାନିଟାଇଜର ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ କଟକ ମାରଓ୍ବାଡି ସମାଜ ର କର୍ମକର୍ତ୍ତାମାନେ କୋଭିଡ୍ ର ସମସ୍ତ କଟକଣା ମାନି ପରିଚାଳନା କରିଥିଲେ।




