(ଜେ ବି ଏନ /ସୁଶିଲ କୁମାର) ୧୩/୧୨/୨୦୨୦ ଅନୁଗୋଳ : ଅନୁଗୋଳ ଚୋରି କରିଥିବା ଅଭିଯୁକ୍ତ ଙ୍କ ବିରୁଦ୍ଧରେ ଥାନରେ ସାକ୍ଷୀ ଦେବା ଫଳ ରେ ଫଳ ବ୍ୟବସାୟୀଙ୍କୁ ଆକ୍ରମଣ ର ଶିକାର ହେବାକୁ ପଡ଼ିଛି । ତା ୧୧/୧୨/୨୦୨୦ ରିଖ ଶୁକ୍ରବାର ଅପରାହ୍ନରେ ତାକୁ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା । ଅଭିଯୁକ୍ତ ମାନେ ଦୋକାନରେ ପଶି ଫଳ ଫୋପାଡ଼ିବା ସହ ଫଳ ବ୍ୟବସାୟୀ ବାମଦେବ ଭୁତିଆ ଙ୍କୁ ନିସ୍ତୁକ ପିଟିବା ସହ ମହିଳା ସହକର୍ମୀଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି । ବଅଁରପାଳ ଥାନା ଅଞ୍ଚଳର ୫୫ ନମ୍ବର ଜାତୀୟ ରାଜପଥ ନୂଆହତା ଗ୍ରାମ ର ୧୦ ନମ୍ଵର୍ ୱାର୍ଡ ରେ ଥିବା ଫଳ ଦୋକାନରେ ଅପରାହ୍ନରେ ୩ ଜଣ ଯୁବକ ଏହି ଆତଙ୍କ ସୃଷ୍ଟି କରିଥିଲେ । ଆକ୍ରମଣ ର ଶିକାର ବିଷୟରେ ପରିବାର ଲୋକ ଜାଣିବା ପରେ ବାମଦେବ ଙ୍କୁ ନିକଟସ୍ଥ ଚିକିତ୍ସା କେନ୍ଦ୍ର କୁ ନେଇ ଚିକିତ୍ସା କରାଇଥିଲେ ।ଏନେଇ ପରିବାରବର୍ଗ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୁଲିସ୍ କେସ ନମ୍ବର ୩୨୭/୨୦୨୦ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ।



