ଜେ ବି ଏନ, ୧୪/୧୨/୨୦୨୦, ଭୁବନେଶ୍ବର : ମହାମାରୀ କରୋନା ଯୋଗୁ ଲକ୍ ଡାଉନ କାରଣରୁ ବନ୍ଦ ଥିବା ସମସ୍ତ ଧର୍ମ ଅନୁଷ୍ଠାନ ଗୁଡିକ ଖୋଲିବା ନେଇ ସୂଚନା ମିଳିଛି l ଧର୍ମ ଅନୁଷ୍ଠାନ ଗୁଡିକ ସର୍ବସାଧାରଣଙ୍କ ପାଇଁ ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଅଛି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏନେଇଟୁଇଟ ଯୋଗେ ସୂଚନା ଦେଇଛନ୍ତି। ଶ୍ରୀ ତ୍ରିପାଠୀ କହିଛନ୍ତି, ଯେ ରାଜ୍ୟ ସରକାର ପୂର୍ବରୁ ନିଜ ନିଜ ଅଞ୍ଚଳରେ ଥିବା ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନଗୁଡିକ ଖୋଲିବାକୁ ଜିଲାପାଳମାନଙ୍କୁ କ୍ଷମତା ଦେଇଛନ୍ତି। ହିତାଧୀକାରୀ ସହ ଆଲୋଚନା ଏବଂ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର ନିର୍ଦ୍ଧାରିତ କରିବା ପରେ ମନ୍ଦିର ଖୋଲିବା ପାଇଁ ଜିଲାପାଳମାନେ ନିର୍ଦ୍ଦେଶ ଦେଇପାରିବେ। ଏଥିରୁ ଜଣାପଡୁଛି ଯେ, ବିଭିନ୍ନ ଜିଲାରେ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ସେ କହିଛନ୍ତି l ତେବେ ମୂଖ୍ୟତ ପୁରୀ ମନ୍ଦିର ଖୋଲିବା ପରେ ଧୀରେ ଧୀରେ ରାଜ୍ୟର ଅନ୍ୟ ମନ୍ଦିର ଗୁଡିକ ଖୋଲିବା ଆରମ୍ଭ ହେବାର ଜଣାପଡ଼ିଛି l




