Spread the love

### ACF ସୌମ୍ୟ ମୃତ୍ୟୁ ମାମଲା: ଚାକିରିରୁ ନିଲମ୍ବିତ ହେଲେ ବିଦ୍ୟାଭାରତୀ ପଣ୍ଡା

ଭୁବନେଶ୍ୱର: ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ମାମଲାରେ ଅଭିଯୁକ୍ତ ବିଦ୍ୟାଭାରତୀ ପଣ୍ଡାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ବିଭାଗର ନିର୍ଦ୍ଦେଶକ ତାଙ୍କୁ ନିଲମ୍ବନ କରିଥିବା ସୂଚନା ମିଳିଛି।

ପାରଳାଖେମୁଣ୍ଡି ଥାନା IIC ଏବଂ SDJM କୋର୍ଟଙ୍କ ପକ୍ଷରୁ ଦିଆଯାଇଥିବା ଚିଠି ଆଧାରରେ ଏହି ନିଲମ୍ବନ ପଦକ୍ଷେପ ନିଆଯାଇଛି।

ସୂଚନା ଅନୁଯାୟୀ, ବିଦ୍ୟାଭାରତୀ ପଣ୍ଡା ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକର ଶାଳଚୁଆ ପଶୁଧନ ସେବା କେନ୍ଦ୍ରରେ ଲାଇଭଷ୍ଟକ୍ ଇନ୍ସପେକ୍ଟର (LI) ଭାବେ କାର୍ଯ୍ୟରତ ଥିଲେ। ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ସେ ଗତ ୨ ତାରିଖରେ ଆତ୍ମସମର୍ପଣ କରିଥିଲେ।

ଏହି ଘଟଣାକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଥିବା ବେଳେ ବିଦ୍ୟାଭାରତୀଙ୍କ ନିଲମ୍ବନ ଖବର ମାମଲାକୁ ନୂଆ ମୋଡ଼ ଦେଇଛି।

 

Leave a Reply

Your email address will not be published. Required fields are marked *