Spread the love

ଚେନ୍ନାଇ: ତାମିଲନାଡୁର ରାଜନୀତିରେ ବଡ଼ ହଲଚଲ। AIADMKର ପୂର୍ବତନ ମନ୍ତ୍ରୀ ଓ ଅନେକ ବରିଷ୍ଠ ନେତାଙ୍କ ସମେତ ୩୦୦ରୁ ଅଧିକ କର୍ମୀ ଆନୁଷ୍ଠାନିକ ଭାବେ TVKରେ ଯୋଗ ଦେଇଛନ୍ତି। ପାନାଇୟୁରସ୍ଥିତ TVK ମୁଖ୍ୟାଳୟରେ ହୋଇଥିବା କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଭେଲ୍ଲାମାଣ୍ଡି ନଟରାଜନ, ଉଦୁମଲାଇ ରାଧାକୃଷ୍ଣନ ଓ ଅନ୍ୟାନ୍ୟ ନେତା ଦଳରେ ସାମିଲ ହୋଇଥିଲେ।

ନୂଆ ଦଳରେ ଯୋଗଦେଇଥିବା ନେତାମାନେ AIADMKରେ ଜନସେବା ପାଇଁ ସୁଯୋଗ ମିଳୁନଥିବା ଅଭିଯୋଗ କରିଛନ୍ତି। ସେମାନେ TVK ନେତା Vijayଙ୍କ ନେତୃତ୍ୱ ଓ ଦଳର କାର୍ଯ୍ୟଶୈଳୀରେ ଆସ୍ଥା ପ୍ରକାଶ କରିଛନ୍ତି।ଏହି ଗଣଯୋଗଦାନକୁ AIADMK ପାଇଁ ବଡ଼ ରାଜନୈତିକ ଝଟକା ଭାବେ ଦେଖାଯାଉଥିବା ବେଳେ, TVK ଏହାକୁ ଦଳର ବୃଦ୍ଧିଶୀଳ ପ୍ରଭାବର ପ୍ରମାଣ ବୋଲି ଦାବି କରିଛି। ସୂତ୍ର ଅନୁସାରେ, ଆଗାମୀ ଦିନରେ AIADMKର ଆହୁରି କିଛି ବରିଷ୍ଠ ନେତା TVKରେ ଯୋଗ ଦେଇପାରନ୍ତି।

ଚେନ୍ନାଇ: ତାମିଲନାଡୁର ରାଜନୀତିରେ ବଡ଼ ହଲଚଲ। AIADMKର ପୂର୍ବତନ ମନ୍ତ୍ରୀ ଓ ଅନେକ ବରିଷ୍ଠ ନେତାଙ୍କ ସମେତ ୩୦୦ରୁ ଅଧିକ କର୍ମୀ ଆନୁଷ୍ଠାନିକ ଭାବେ TVKରେ ଯୋଗ ଦେଇଛନ୍ତି। ପାନାଇୟୁରସ୍ଥିତ TVK ମୁଖ୍ୟାଳୟରେ ହୋଇଥିବା କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଭେଲ୍ଲାମାଣ୍ଡି ନଟରାଜନ, ଉଦୁମଲାଇ ରାଧାକୃଷ୍ଣନ ଓ ଅନ୍ୟାନ୍ୟ ନେତା ଦଳରେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *

You missed