Spread the love

CT & GST ଛାପାରେ ଛାନିଆ ହୋଇ ହୃଦଘାତ ରେ ଜୀବନ ହାରିଲେ ବ୍ୟବସାୟୀ।

ଜୟପୁର ଠାରେ ଜୈନିକ ବ୍ୟବସାୟୀ CT & GST ଛାପାରେ ଛାନିଆ ହୋଇ ହୃଦ୍ ଘାତରେ ମୃତ୍ୟୁ ବରଣ କରିଥିବା ଭଳି ଘଟଣା ସାମ୍ନାକୁ ଆସିଛି। ସୁଚନା ଅନୁଯାୟୀ ଜୟପୁର ଠାରେ ଜୈନିକ ବ୍ୟବସାୟୀ ଙ୍କ ବ୍ୟବସାୟ ଉପରେ CT &GST ପକ୍ଷରୁ ଯାଞ୍ଚ୍ କରାଯିବା ବେଳେ ବ୍ୟବସାୟୀ ଙ୍କ ମନରେ ଛନକା ପଶିବାରୁ ହୃଦ୍ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା।ଯାହାକୁ ନେଇ ଆଜି କେନ୍ଦୁଝର ଜିଲ୍ଲା ବଡ଼ବିଲ ବ୍ୟବସାୟୀ ସଙ୍ଘ ପକ୍ଷରୁ ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ଥିବା CT &GST କାର୍ଯ୍ୟଳୟ ସମ୍ମୁଖରେ ପ୍ରଦର୍ଶନ କରିବା ସହ ଏକ ଲିଖିତ କତୃପକ୍ଷଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *