Spread the love

ବୁଢ଼ାପଙ୍କ ,ଅନୁଗୋଳ ଦିବ୍ୟଦର୍ଶନ ଜ୍ଞାନ ମନ୍ଦିର ର ବାର ତମ ପ୍ରତିଷ୍ଠା ଦିବସ ତଥା ଶତାଧିକ ଭାଇ ଭଉଣୀ ମାନଙ୍କର ଦୀକ୍ଷା ବାର୍ଷିକ ଅବସରରେ ନଗର ସଂକିର୍ତ୍ତନ

ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢ଼ାପଙ୍କ ଗ୍ରାମ ନୂଆସାହି ଦିବ୍ୟଦର୍ଶନ ଜ୍ଞାନ ମନ୍ଦିର ର ବାର ତମ ପ୍ରତିଷ୍ଠା ଦିବସ ତଥା ଶତାଧିକ ଭାଇ ଭଉଣୀ ମାନଙ୍କର ଦୀକ୍ଷା ବାର୍ଷିକ ଅବସରରେ ନଗର ସଂକୀର୍ତ୍ତନ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଦୀକ୍ଷିତ ଗୁରୁ ଭାଇ ଓ ଭଉଣୀ ମାନେ ସକାଳୁ ଜ୍ଞାନ ମନ୍ଦିର ପରିସରକୁ ପରିଷ୍କାର ପରିଚ୍ଛନ୍ନ କରିବା ସହ ସୁସଜ୍ଜିତ କରିଥିଲେ। ଦିବା ତିନି ଘଟିକା ସମୟରେ ଗୁରୁ ଭାଇ ମାନେ ଆସି ନୂତନ ଭାବେ ଶତାଧିକ ନୂତନ ଗୁରୁ ଭାଇ ଭଉଣୀ ମାନଙ୍କୁ ଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ଦୀକ୍ଷା ପ୍ରଦାନ କରିଥିଲେ। ଦୀକ୍ଷା ଗ୍ରହଣ ସମାପ୍ତ ପରେ ନଗର କୀର୍ତ୍ତନ ଓ ସଙ୍କୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ୍ ପ୍ରାନ୍ତରୁ ଆସିଥିବା ଗୁରୁ ଭାଇ ଓ ଭଉଣୀ ମାନେ ଗୁରୁଙ୍କର ବାଣୀ ଓ ଆଧ୍ୟାତ୍ମିକ କଥାମୃତ ବର୍ଣ୍ଣନା କରିଥିଲେ। ଶେଷରେ ପ୍ରସାଦ ସେବନ କାର୍ଯ୍ୟକମ ପରେ ଦୀକ୍ଷା ବାର୍ଷିକ ଉତ୍ସବ ସମାପନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବିଶିଷ୍ଟ ଓ ବରିଷ୍ଠ ଗୁରୁଭାଇ ଓ ଭଉଣୀ ମାନେ ହେଲେ ରବିନ୍ଦ୍ର ମହାନ୍ତି ସଭାପତି, ହେମନ୍ତ କୁମାର ସାହୁ ସଭ୍ୟ ସେଣ୍ଟ୍ରାଲ କମିଟି, ଡଃ. ରଞ୍ଜିତ ସାହୁ ବରିଷ୍ଠ ଗୁରୁଭାଇ, ସମ୍ପଦ ମଙ୍ଗରାଜ ସଭାପତି ଭୁବନେଶ୍ବର ଶାଖା, ନମିତା ଭଉଣୀ, ନଳିନୀ ଭଉଣୀ, ଗୋପିନାଥ ଭାଇ ବଲରାମ ପ୍ରସାଦ, ସୁବାଷ ଭାଇ ବଲରାମ ପ୍ରସାଦ, ମଙ୍ଗୁଳୁ ଭାଇ ଚଉରିଡିହ ଶାଖା, ମନ୍ଦୋଦରୀ ଭଉଣୀ ଚଉରିଡିହ ଶାଖା, ଅନୁପମା ଭଉଣୀ ଓ ପଙ୍କଜ ଭାଇ ପ୍ରମୂଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *