Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଅଜଣା ଗାଡ଼ି ଧକ୍କାରେ କୃଷ୍ଣସାର ମୃଗର ମୃତ୍ୟୁ

 

 

ଜେ. ବି. ଏନ୍ (୧୧/୧୨ /୨୦୨୦)

ବୁଗୁଡ଼ା: ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଖୋଳଖାଳି ନିକଟସ୍ଥ ବାଙ୍କେଶ୍ବରୀ ମନ୍ଦିର ମୁଖ୍ୟ ରାସ୍ତାରେ ଶୁକ୍ରବାର ଦିନ ପ୍ରାୟ ୧୨ଟା ବେଳେ କୌଣସି ଏକ ଅଜଣା ଗାଡି ଧକ୍କାରେ ଗୋଟିଏ ମାଈ କୃଷ୍ଣ ସାର ମୃଗର ମୃତ୍ୟୁ ଘଟିଥିବା ଜଣାଯାଇଛି। ଖୋଳଖାଳି ଆଖପାଖ ଅଞ୍ଚଳର କ୍ଷେତ ଗୁଡିକରେ ମୃଗମାନଙ୍କର ଚରାବୁଲା ଲାଗିରହିଛି। ଆଜି ଅପରାହ୍ଣରେ କୃଷ୍ଣ ସାର ମୃଗଟି ଦୌଡ଼ି ଦୌଡ଼ି ରାସ୍ତା ପାର ହେଉଥିବା ବେଳେ ଗାଡି ସହ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ହିଁ ତା’ର ମୃତ୍ୟୁ ଘଟିଥିଲା ଏବଂ ଗାଡ଼ି ଚାଳକ ସେଠାରୁ ଫେରାର ହୋଇଯାଇଥିଲା।

ଖବର ପାଇ ବୁଗୁଡ଼ା ବନ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ହି ମୃତ ମୃଗଟିକୁ ଉଦ୍ଧାର କରି ପ୍ରାଣୀ ଧନ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ତାହାର ଶବ ବ୍ୟବଚ୍ଛେଦ କରାଯାଇ ତାହାକୁ ବନାଞ୍ଚଳ କାର୍ୟାଳୟ ହତା ମଧ୍ୟରେ ପୋତା ଯାଇଥିଲା। ମୃତ କୃଷ୍ଣସାର ମୃଗର ବୟସ ପ୍ରାୟ ଅଢ଼େଇବର୍ଷ ହେବ ବୋଲି ଅନୁମାନ କରାଯାଇଛି। ଏହି ଅଞ୍ଚଳରେ କୃଷ୍ଣସାର ମୃଗମାନେ ଚରାବୁଲା କରି ଦର୍ଶକଙ୍କ ଆନନ୍ଦ ବଢାଉଥିବା ବେଳେ ଗାଡି ଚାଳକମାନେ ଏଥି ପ୍ରତି ନ ଧ୍ୟାନ ଦେଇ ଦ୍ରୁତଗତିରେ ଗାଡି ଚାଳନା କରୁଛନ୍ତି। ତେଣୁ ଗାଡ଼ିଚାଳକମାନେ ଦ୍ରୁତ ଗତିରେ ଗାଡ଼ି ନ ଚଳାଇବାକୁ ସର୍ବସାଧାରଣରେ ଦାବି ହୋଇଛି।