Spread the love

ଅନୁଗୋଳ ପୌରାଞ୍ଚଳରେ ସ୍ବାୟତ୍ତ ଶାସନ ଦିବସ ପାଳିତ ।

ସ୍ବଚ୍ଛ, ସୁନ୍ଦର ଓ ସବୁଜ ଅନୁଗୋଳ ପାଇଁ ଆହ୍ବାନ

ଅନୁଗୋଳ,ତା.୦୧.୦୯:- ଅନୁଗୋଳ ପୌରପାଳିକାରେ ଗତକାଲି ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ସରକାରୀ ବାଳିକା ଊଚ୍ଚ ବିଦ୍ୟାଳୟ ନିକଟସ୍ଥ ମଡେଲ ଭେଣ୍ଡିଂ ଜୋନ, ରାଜ ହୋଟେଲ ଛକ ଠାରେ ନିର୍ମିତ ଆକର୍ଷଣୀୟ ସମୁଦ୍ର ମନ୍ଥନ କଳାକୃତି ଏବଂ ଅନୁଗୋଳ ହାଇସ୍କୁଲ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭ ଊଦ୍‌ଘାଟନ କରିଥିଲେ । ଏହି ଅବସରରେ ଅନୁଗୋଳ ପୌରପାଳିକାର ଅଧ୍ୟକ୍ଷ ଶ୍ରୀ ଅକ୍ଷୟ କୁମାର ସାମନ୍ତ, ଅନୁଗୋଳ ପୌରପାଳିକାର ଉପାଧ୍ୟକ୍ଷ ଅନୁପମା ସାହୁ, ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତର, ଆରକ୍ଷୀ ଅଧିକ୍ଷକ ରାହୁଳ ଜୈନ, ଅନୁଗୋଳ ପୌରପାଳିକାର ନିର୍ବାହୀ ଅଧିକାରୀ ଶ୍ରୀ ସତ୍ୟ ପ୍ରକାଶ ତ୍ରିପାଠୀଙ୍କ ସମେତ କାଊନସିଲର, ବିଭାଗୀୟ ଅଧିକାରି ଓ ଗଣମାଧ୍ୟମର ପ୍ରତିନିଧ୍ ପ୍ରମୁଖ ଊପସ୍ଥିତ ଥିଲେ ।

ସନ୍ଧ୍ୟାରେ ସ୍ଥାନୀୟ ସଭାଘର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଯୋଗ ଦେଇ ସହରର ସ୍ବଛତା ପାଇଁ ଜନସାଧାରଣଙ୍କର କର୍ତ୍ତବ୍ୟ ଉପରେ କହିବା ସହ ଡ୍ରେନେଜ ସମସ୍ୟାର କିପରି ସମାଧାନ ହୋଇପାରିବ ସେ ସମ୍ପର୍କରେ କହିଥିଲେ । ବୃକ୍ଷରୋପଣ ଉପରେ ଗୁରୁତ୍ବ ଦେଇ ସବୁଜ ଅନୁଗୋଳ ଗଠନ କରିବାକୁ ଊପସ୍ଥିତ ଅତିଥିମାନେ ଆଲୋକପାତ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରତ୍ୟୁଷରେ ରାମଧୁନ ଗାନ କରାଯାଇ ସହର ପରିକ୍ରମା କରାଯାଇଥୁବା ସହ ପୌରପାଳିକା କାର୍ଯ୍ୟାଳୟ ପରିସରରେ ଅଧ୍ୟକ୍ଷଙ୍କ ଦ୍ବାରା ପତାକା ଉତ୍ତୋଳନ କରାଯାଇଥିଲା । ଏହା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ମ୍ୟୁନିସିପାଲିଟି ଦ୍ବାରା ଫଳ ବଣ୍ଟନ ମଧ୍ୟ କରାଯାଇଥିଲା ।

Leave a Reply

Your email address will not be published. Required fields are marked *