Spread the love

ଚମ୍ପୁଆ ରେଞ୍ଜକୁ ପୁଣି ଲେଉଟିଲେ ୨୦ ଟିକିଆ ହାତୀପଲ,ଲୋକେ ଆତଙ୍କିତ

କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ଏକ ମାସ ତଳେ ବ୍ୟାପକ ଉପଦ୍ରବ କରି ପାଟଣା ରେଞ୍ଜକୁ ଚାଲିଯାଇଥିବା ୨୦ ଟିକିଆ ହାତୀପଲ ଗତରାତି ସଦର ରେଞ୍ଜରୁ ପୁଣି ଚମ୍ପୁଆରେଞ୍ଜକୁ ଲେଉଟି ଆସିଥିବା ନେଇ ସୂଚନା। ସକାଳୁ ସଦର ରେଞ ହୋଇ ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ କଞ୍ଚନ ଡୁମୁରିଆ ଜଙ୍ଗଲରେ ଡେରା ପକାଇଥିବା ଦେଖିବାକୁ ମିଳିଛି । ହାତୀପଲ ଆସିବା ବାଟରେ ବ୍ୟାପକ ଧାନଫସଲ ନଷ୍ଟ କରିଥିବା ନେଇ ସୂଚନା। ଏକମାସ ତଳେ ଚମ୍ପୁଆ ରେଞ୍ଜ ରେ ବ୍ୟାପକ କ୍ଷୟକ୍ଷତି କରି ୨୫ ଟିକିଆ ହାତୀପଲ ପାଟଣା ରେଞ୍ଜକୁ ଯାଇଥିବା ଏହି ହାତୀପଲ ମଧ୍ୟରୁ ୫ଟି ହାତୀ ପାଟଣା ରେଞ୍ଜରେ ରହିଯାଇଥିବା ବେଳେ ୨୦ଟି ଲେଉଟି ଆସିଥିବା ନେଇ ସୂଚନା। ହାତୀପଲଙ୍କ ମଧ୍ୟରେ ୯ଟି ଛୁଆହାତୀ ଥିବା ବେଳେ ୩ଟି ଦନ୍ତା ଓ ୮ଟି ମାଇ ହାତୀ ରହିଥିବା ନେଇ ବନବିଭାଗ ପକ୍ଷରୁ ସୂଚନା। ବନବିଭାଗ ପକ୍ଷରୁ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଥିବା ବେଳେ ହାତୀପଲଙ୍କୁ ନେଇ ଆଖପାଖ ଅଞ୍ଚଳରେ ଏକ ପ୍ରକାରର ଭୟର ବାତାବରଣ ରହିଛି। ଗ୍ରାମବାସୀ ହାତୀଙ୍କ ଠାରୁ ଦୂରତା ବଜାଇ ରଖିବା ସହ ସତର୍କ ରହିବାକୁ ପ୍ରଶାସନ ଓ ବନ ବିଭାଗ ପକ୍ଷରୁ ସତର୍କ କରାଯାଇଛି।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *