Spread the love

ଖଣିଜ ପଦାର୍ଥ ଚୋରାଚାଲାଣ କରୁଥିବା ବେଳେ ମାଡ଼ି ବସିଲା ପୋଲିସ୍।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ରୁଗୁଢ଼ି ଥାନା ଅନ୍ତର୍ଗତରେ ଗଚ୍ଛିତ ଖଣିଜ ପଦାର୍ଥ ଚୋରାଚାଲାଣ ଉଦ୍ୟମ ବେଳେ ମାଡି ବସିଲା ପୋଲିସ୍। ଯାହାକି ସୂଚନା ରହିଛି ରୁଗୁଢ଼ୀ ଥାନା ଅନ୍ତର୍ଗତ କାରଣ ସାହି ନିକଟରେ ଓଏମସି (ଓଡ଼ିଶା ଖଣି ନିଗମ) ତତ୍ତ୍ଵାବଧାନରେ jsw କମ୍ପାନୀ ଲିଜ ଏରିଆ ମଧ୍ୟରେ ଗଚ୍ଛିତ ଖଣିଜ ପଦାର୍ଥ କୁ ଖଣି ମାଫିଆ ମାନେ ଲୁଟ୍ କରିବାକୁ ଉଦ୍ୟମ ଚଳାଇଛନ୍ତି। କିନ୍ତୁ ଗତ ବିଳମ୍ବିତ ରାତ୍ରୀରେ ପାଞ୍ଚୋଟି ଟ୍ରକ୍ କୁ ଚୋରାଚାଲାଣ କରିବାକୁ ଖଣି ମାଫିଆ ମାନେ ନିୟୋଜିତ କରିଥିଲେ, ରୁଗୁଢୀ ପୋଲିସ୍ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ସେଠାରେ ଅତର୍କିତ ଚଢ଼ାଉ କରିଥିଲା, ତେବେ ପୋଲିସ୍ ର ଚଢ଼ାଉ ଦେଖି ଖଣି ମାଫିଆ, ଯେସିବି ମେସିନ ନେଇ ଫେରାର ହୋଇଯାଇଥିବା ବେଳେ ସେଠାରୁ ଚାରିଟି ଟ୍ରକ୍ ର ଚାଳକ ଫେରାର ହୋଇଯାଇଥିବା ବେଳେ ଜଣକୁ କାବୁ କରିବାରେ ସଫଳ ହୋଇଛି ପୋଲିସ୍। ତେବେ ପୋଲିସ୍ ପାଞ୍ଚୋଟି ଟ୍ରକ୍ କୁ ଜବତ କରିବା ସହ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *