Spread the love

କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜରେ ହାତୀପଲଙ୍କ ଉତ୍ପାତ

କେନ୍ଦୁଝର ଜିଲ୍ଲାର କେନ୍ଦୁଝର ବନଖଣ୍ଡରେ ଜଙ୍ଗଲି ହାତୀପଲ ଙ୍କ ଉତ୍ପାତ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହାକି ସୂଚନା ରହିଛି କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆ ରେଞ୍ଜ ଚନ୍ଦ୍ରଶେଖର ପୁର ଗ୍ରାମର ବସା ସାହିରେ ୨୯ଟିକିଆ ହାତୀଙ୍କ ଉପଦ୍ରବ ଚଳାଇଥିବା ବେଳେ ବ୍ୟାପକ ମାତ୍ରାରେ ଧାନ ଫସଲ ନଷ୍ଟ ଗୋଟିଏ ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇ ଯାଇଛନ୍ତି ଏହି ହାତୀପଲ।ଗତ ସପ୍ତାହରେ ମୟୂରଭଞ୍ଜର କରଞ୍ଜିଆ ରେଞ୍ଜରୁ ଲେଉଟି ଆସିଥିବା ୨୯ ଟିକିଆ ହାତୀପଲ ଚମ୍ପୁଆ ରେଞ୍ଜରେ ଉତ୍ପାତ ଜାରି ରଖିଛନ୍ତି । ଚମ୍ପୁଆ ରେଞ୍ଜ ର ରଜିଆ ପତଳା, ସରେଇ, ଟୁଣୁଟୁଣା, କାଟୁଳିକନା, ଭଣ୍ଡା ଓ ମଙ୍ଗଳପୁର ପ୍ରଭୂତି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ହାତୀପଲ ଗତରାତି ରେ ସରେଇ ଗ୍ରାମ ମଧ୍ୟ ଦେଇ ଚନ୍ଦ୍ରଶେଖରପୁର ଅଞ୍ଚଳରେ ପହଞ୍ଚି ବସା ସାହିରେ ରଞ୍ଜନ ମୁଣ୍ଡାଙ୍କ ଘର ଭାଙ୍ଗିଦେଇ ଘର ଭିତରୁ ଧାନ ଚାଉଳ ଖାଇ ଯାଇଛନ୍ତି। ହାତୀପଲ ଗାଁ ରେ ବ୍ୟାପକ ଧାନ ଫସଲ ନଷ୍ଟ କରିଥିବା ବେଳେ ଏବେ ମଧ୍ୟ ହାତୀ ପଲ ଗାଁ ବିଲରେ ଉତ୍ପାତ ଜାରି ରଖିଥିବା ଦେଖିବାକୁ ମିଳିଛି । ବନ ବିଭାଗ ଘଟଣାସ୍ଥଳରେ ଥିଲେ ସୁଦ୍ଧା ହାତୀ ପଲଙ୍କୁ ନିୟନ୍ତ୍ରଣ କରିବାରେ ଅସଫଳ ହେଉଥିବା ମନେହୁଏ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *