Spread the love

ଚନ୍ଦ୍ରାୟନ-୩ ଏବଂ ଆଦିତ୍ଯ-ଏଲ୍-୧ର ଐତିହାସିକ ସଫଳତାରେ ସାମିଲ ହୋଇ ଓଡିଶା ପାଇଁ ଗୌରବ ଆଣିଛି ବିଜୁ ପଟ୍ଟନାୟକ ଫିଲ୍ମ୍ ଓ ଟେଲିଭିଜନ ଇନ୍‌ଷ୍ଟିଚ୍ୟୁଟ୍। ଚନ୍ଦ୍ରାୟନ-୩ ଅଭିଯାନର ଫଟୋଗ୍ରାଫି ଓ ଭିଡିଓଗ୍ରାଫି ପ୍ରଦାନ କରିଥିଲେ ଇନଷ୍ଟିଚ୍ୟୁର ଛାତ୍ର ଦୀପକ କୁମାର ସାହୁ, ଶିବୁ ପୁଷ୍ଟି ଏବଂ ନିରଞ୍ଜନ ମହାରଣା। ସେମାନଙ୍କ ଦ୍ବାରା ଉତ୍ତୋଳିତ ଫଟୋ ଓ ଭିଡିଓ ବିଶ୍ବର ବିଭିନ୍ନ ଅନୁଷ୍ଠାନ, ଭାରତର ପ୍ରଧାନମନ୍ତ୍ରୀ ଏବଂ ଅନ୍ଯାନ୍ଯ ବିଶିଷ୍ଟ ବ୍ୟକ୍ତିଙ୍କ ଟୁଇଟ୍‌ଟରେ ବ୍ୟବହାର ହୋଇଥିଲା।

ସାଟେଲାଇଟ୍ ଡ୍ରପ୍ ଟେଷ୍ଟ, ବିଭିନ୍ନ ଷ୍ଟାଟିକ୍ ଟେଷ୍ଟ୍, ରକେଟ୍ ଫାୟାରିଂ, ମାନୁଆଲ୍ ଭିଡିଓ ଟ୍ରାକିଙ୍ଗ୍ ଆଦି କାର୍ଯ୍ୟରେ ଅନୁଷ୍ଠାନର ପ୍ରଶିକ୍ଷିତମାନେ ଇସ୍ରୋକୁ ବୃତ୍ତିଗତ ସହାୟତା ପ୍ରଦାନ କରିଥିଲେ। ବିଭିନ୍ନ ଗଣମାଧ୍ୟମରେ ପ୍ରଦର୍ଶନ ନିମନ୍ତେ ଏହିସବୁ ଭିଡିଓ ଏବଂ ଫଟୋ ସହାୟକ ହୋଇଥିଲା।

ଅନୁଷ୍ଠାନର ଛାତ୍ର ବିଷ୍ଣୁତ୍ରାଣ ପୃଥ୍ବୀପଦ, ଯଶୋବନ୍ତ ଆଚାର୍ଯ୍ଯ ଓ ଅଚ୍ୟୁତାନନ୍ଦ ନାହାକ ଉତ୍କର୍ଷ ବୃତ୍ତିଗତ କାର୍ଯ୍ୟ କରି ଆମ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।

Leave a Reply

Your email address will not be published. Required fields are marked *