### ଚିକିଟିର ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା CMRF ସହାୟତା ଘୋଷଣା
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଚିକିଟି ତହସିଲ ଅଞ୍ଚଳର ନିରଞ୍ଜନ ସାହୁ (ପିତା ଗୁରୁବାରୀ ସାହୁ)ଙ୍କ ଦୁଃଖଦ ମୃତ୍ୟୁ ଖବରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସେ ନିଜର ସମବେଦନା ଜଣାଇଛନ୍ତି।
ମୃତକଙ୍କ ପରିବାରକୁ ସହାୟତା ଯୋଗାଇବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF)ରୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ମୃତକଙ୍କ ନିକଟତମ ଆତ୍ମୀୟଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯିବ।
ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ କରିବା ସହ ଅସହାୟ ପରିବାରକୁ ଆର୍ଥିକ ସହାୟତା ଘୋଷଣା ମାଧ୍ୟମରେ ଦୁଃଖର ସମୟରେ ପରିବାରବର୍ଗଙ୍କ ପାଖରେ ସରକାର ଠିଆ ହୋଇଥିବାର ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
