Spread the love

ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ସମୀକ୍ଷା ଓ ପ୍ରସ୍ତୁତି ବୈଠକ 2023 ଅନୁଷ୍ଠିତ.
………………………………..
ଅନୁଗୋଳ ତା 18/06/2023
ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ନିର୍ଦେଶ କ୍ରମେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ଏକ ସମୀକ୍ଷା ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ଏବଂ ଅପରାହ୍ନରେ ଜିଲ୍ଲାର ଉପଖଣ୍ଡ ଓ 8ଟି ବ୍ଲକ 2ଟି ପୌରପାଳିକା ଗୋଟିଏ ଏନ ଏ ସିରେ ପ୍ରସ୍ତୁତି ବୈଠକ ସମ୍ପର୍କରେ ତଦାରଖ ନିମନ୍ତେ ଜିଲ୍ଲାପାଳ ବିଭିନ୍ନ ଅଧିକାରୀଙ୍କୁ ପ୍ରେରଣ କରଛନ୍ତି.
ଆଜିର ବୈଠକରେ ପ୍ରଥମେ ଜିଲ୍ଲା ଆପାତକାଳୀନ ଅଧିକାରୀ ଶ୍ରୀ ଶତ୍ୟାନନ୍ଦ ଦାସ ବୈଠକରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ ଜଣାଇ ଏହାର ଉଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ. ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ଶ୍ରୀ ସନ୍ତୋଷ କୁମାର ପ୍ରଧାନ ଅଧ୍ୟକ୍ଷତା କରି କହିଥିଲେ ଆସନ୍ତା ବର୍ଷା ଋତୁରେ ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବବିପର୍ଯ୍ୟୟରୁ ଯେ କୌଣସି ପ୍ରକାର ଆପାତ କାଳୀନ ସ୍ଥିତିର ସଠିକ ମୁକାବିଲା କରିବା ଏବଂ ଶୂନ୍ୟ ମୃତ୍ୟୁହାର ନିମନ୍ତେ ସଜାଗ ଓ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ଏହି ବୈଠକର ମୂଳ ଉଦେଶ୍ୟ. ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ )ଶ୍ରୀ ରଜନୀକାନ୍ତ ସ୍ୱାଇଁ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବାରେ ନିଜର ପୂର୍ବ ଅନୁଭୂତି ସମ୍ପର୍କରେ ଅବଗତ କରାଇବା ସହ ସମସ୍ତ ବିଭାଗ ପରସ୍ପର ମଧ୍ୟରେ ସମନ୍ୱୟ ରଖି ପୂର୍ବରୁ ପ୍ରସ୍ତୁତି ଶେଷ କରିବାକୁ ନିର୍ଦେଶ ଦେଇଥିଲେ. ଅତିରିକ୍ତ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ପଦ୍ମନାଭ ସାମନ୍ତରାୟ ବନ୍ୟା ବାତ୍ୟା ଭଳି ପ୍ରାକୃତିକବିପର୍ଯ୍ୟୟ କୁ ତିନି ଭାଗରେ ବିଭକ୍ତ କରି ଯଥା ପୂର୍ବ ସୂଚନା, ସମ୍ବେଦନ ଶିଳ ସ୍ଥାନ ଗୁଡିକ ଚି଼ହ୍ନଟ, ଭୟାବହତାର ରୂପରେଖ ଆକଳନ କରି ଧନଜୀବନ, ଗୃହ ପାଳିତ ପଶୁ ଇତ୍ୟାଦିଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ, ସହାବସ୍ଥାନ, ଖାଦ୍ୟ, ପାନୀୟ ଓ ଔଷଧ ଇତ୍ୟାଦିର ବନ୍ଦୋବସ୍ତ ଉପରେ ଗୁରୁତ୍ୱ ଦିଆଯାଇଥାଏ ବୋଲି କହିଥିଲେ.ପରବର୍ତୀ ସମୟରେ ରାସ୍ତା ଘାଟ ଉପରେ ପଡ଼ିଥିବା ଗଛସବୁ କାଟି, ରାସ୍ତା ମରାମତି କରି ଗମନା ଗମନ ସୁଗମ କରିବା, ବିଦ୍ୟୁତ ସରବରାହ, ସଂଚାର ବ୍ୟବସ୍ଥା ଠିକ କରିବା, ବାସଗୃହ, ଫସଲ ଇତ୍ୟାଦିର କ୍ଷୟକ୍ଷତି ଆକଳନ ପୂର୍ବକ ସଠିକ ତଥ୍ୟ ସରକାରଙ୍କ ନିକଟରେ ପ୍ରଦାନକରି ପୁନଃ
ଥଇଥାନ ଇତ୍ୟାଦି କାର୍ଯ୍ୟ ଯୁଦ୍ଧକାଳୀନ ଭିତିରେ କରାଯାଇଥାଏ. ଏଥିପାଇଁ ସମସ୍ତ ବିଭାଗ ପୂର୍ବରୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ.
ଏହି ବୈଠକରେ ପଶୁ ସମ୍ପଦ,କୃଷି, ଅଗ୍ନିଶମ, ଜଳସେଚନ, ବିଦ୍ୟୁତ,ସୂଚନା ଓ ଲୋକ ସମ୍ପର୍କ, ଖାଦ୍ୟ ଓ ଯୋଗାଣ, ପୂର୍ତ୍ତ, ଜନସ୍ୱାସ୍ଥ୍ୟ ବିଭାଗ ଆଦି ଏବଂ ଅନ୍ୟ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗର ମୁଖ୍ୟ ମାନେ ସେମାନଙ୍କ ବିଭାଗର ପ୍ରସ୍ତୁତି ସମ୍ପର୍କରେ ଅଧ୍ୟକ୍ଷଙ୍କୁ ଅବଗତ କରାଇଥିଲେ. ଏହି ବୈଠକରେ ରାଜ୍ୟ ନିରୀକ୍ଷକ(ଷ୍ଟେଟ ଅବଜର୍ଭର) ଶ୍ରୀ ଧରଣୀଧର ପ୍ରଧାନ ଯୋଗ ଦେଇଥିଲେ. ଜିଲ୍ଲା ଆପାତ କାଳୀନ ପରିଚାଳନା କକ୍ଷ ସଂଯୋଜକ ଶ୍ରୀ ପ୍ରଦୀପ କୁମାର ପାତ୍ର ପାୱାର ପଏଣ୍ଟ ମାଧ୍ୟମରେ ବିଭିନ୍ନ ବିଷୟରେ ବର୍ଣନା କରିଥିଲେ।

Leave a Reply

Your email address will not be published. Required fields are marked *