Spread the love

ଅନୁଗୁଳ ଜିଲ୍ଲା ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା ଉଦଯାପିତ

ଅନୁଗୁଳ – ନାଲକୋ ବିଜୁ ପଟ୍ଟନାୟକ ସ୍ପୋର୍ଟସ କମ୍ପ୍ଲେକ୍ସ ରେ ଚାଲିଥିବା ଦୁଇ ଦିନିଆ ଜିଲ୍ଲାସ୍ତରୀୟ ଦୌଡ଼ କୁଦ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି।ଉଦଯାପନୀ ସମାରୋହରେ
ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ନାଲକୋ ମାନବ ସମ୍ବଳ ବିଭାଗର ଡିଜିଏମ୍ ରାଜାରାମ ମିଶ୍ର।ଶ୍ରୀ ମିଶ୍ର ନିଜ
ଅଭିଭାଷଣରେ ଖେଳାଳୀ ମାନଙ୍କୁ କଠିନ
ଅଭ୍ୟାସ ଜାରି ରଖିବା ସହ ଖାଦ୍ୟ ପାନୀୟ
ପ୍ରତି ଧ୍ୟାନ ଦେବାକୁ କହିଥିଲେ।ଜିଲ୍ଲାରେ କ୍ରୀଡା ର ବିକାଶ ପାଇଁ ସହାୟତା ଦେବାକୁ
ନାଲକୋ ସଦା ପ୍ରସ୍ତୁତ ବୋଲି ଶ୍ରୀ ମଧ୍ୟ କହିଥିଲେ।ସମ୍ମାନିତ ଅତିଥି ରୂପେ ନାଲକୋ ମାନବ ସମ୍ବଳ ବିଭାଗ ର ସିନିୟର୍ ମ୍ୟାନେଜର ଲଲାଟେନ୍ଦୁ ମହାପାତ୍ର,କ୍ରୀଡା ସଂଘର ସମ୍ପାଦକ ଡ଼ା ଗୌର ଗୋବିନ୍ଦ ସାମନ୍ତ ଉପ ସଭାପତି ଏନ୍ ଏନ୍ ମହାକୁଡ ପ୍ରମୁଖ ଉପସ୍ଥିତ ଥିଲେ।ତାଳଚେର କ୍ରୀଡା ସଂସଦ ସମ୍ପାଦକ
ପେସ୍କାର ଗଡ଼ନାୟକ ଙ୍କ ସଭାପତିତ୍ବରେ
ଆୟୋଜିତ ଏହି ବୈଠକରେ ସଂଘର ବରିଷ୍ଠ ସଦସ୍ୟ ପ୍ରଦୀପ ରାଉତ ଧନ୍ୟବାଦ୍
ପ୍ରଦାନ କରିଥିଲେ।ଦୁଇ ଦିନରେ ମୋଟ ୧୫୦ ଆଥଲେଟ ଅଂଶ ଗ୍ରହଣ କରିଥିଲେ।
ପ୍ରତିଯୋଗିତାରେ ତାଳଚେର ଉପଖଣ୍ଡ ଦଳଗତ ଚମ୍ପିୟାନ ହୋଇଥିବା ବେଳେ
ଅନୁଗୁଳ ଉପଖଣ୍ଡ ରନରସ୍ ଅପ୍ ହୋଇଥିଲା।ଅତିଥିମାନେ ବିଜେତା ଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *