Spread the love

ଜୁନାଗଡ ମହୋତ୍ସବ ତୃତୀୟ ଦିନରେ ପହଞ୍ଚିଲା, ଅର୍ଚ୍ଚନା ପଢ଼ି ଙ୍କ ସମ୍ବଳପୁରୀ ଗୀତରେ ଝୁମିଲେ ଦର୍ଶକ….

କଳାହାଣ୍ଡି। ଜୁନାଗଡ ବ୍ଲକ ଏକ ପୁରାତନ ଗଡ, ମା ଲଙ୍କେଶ୍ବରୀ ଗଡ, ମହକନ୍ତାୟନିର ଗଡ, ଛକୋଡି ତୋଟା ନକୋଡ଼ି ବନ୍ଦ ର ଏକ ଐତିହାସିକ ସହର, ଯେଉଁଠି ମାଁଲଙ୍କେଶ୍ବରୀ ଙ୍କପୀଠ ସ୍ଥଳୀ, ହାତୀନଦି ର କୁଲୁ କୁଲୁ ନାଦ ର ଶୁସଜ୍ଜିତ ସହରରେ,ଜୁନାଗଡ ମହୋତ୍ସବ ଧୁମ ଧାମ ରେ ଜୁନାଗଡ଼ କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ଶ୍ରୀ ଦୁର୍ଗାପ୍ରସାଦ ନାଏକ, ସମ୍ପାଦକ ଶ୍ରୀ ହିମାଂଶୁ ବାରାଡ, ସନ୍ତୋଷ ସିଂଦେଓ, ରଞ୍ଜନ ଜାଲ, ସରୋଜ ପଣ୍ଡା, ଏନ ଏ ସି ଅଧ୍ୟକ୍ଷା ହିମଦ୍ରି ନାଏକ, ଓ ଜୁନାଗଡ କ୍ରିୟାନୁଷ୍ଠାନ କମିଟି, ସମସ୍ତ କାଉନସିଲର ଙ୍କ ଉଦ୍ୟମ ବଳରେ ଜୁନାଗଡ ମହୋତ୍ସ୍ବବ ପାଳନ ହୋଇଯାଇଛି, ଆଜିର ମୁଖ୍ୟଅତିଥି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ସମ୍ମାନୀୟ ଅତିଥି ପୂର୍ବତନ ସଦର ବିଧାୟକ ପ୍ରଦୀପ୍ତ ନାୟକ, ପୂର୍ବତନ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଭବମଙ୍ଗରାଜ,

ଦୁର୍ଗା ନାଏକ, ହିମାଂଶୁ ବରାଡ, ସରପଞ୍ଚ ସଭାପତି ଶ୍ରୀ ତାରା ରାଇଗୁରୁ, ମଞ୍ଚାସିନ ଥିଲେ, ଜୁନାଗଡ ଏକ ଐତିହସିକ ଗଡ ଜୁନାଗଡ ର କଳାସଂସ୍କୃତି କୁ ବଜାୟ ରଖିବାପାଇଁ ଜୁନାଗଡ ମହୋତ୍ସ୍ବବ ଜରୁରୀ ବୋଲି ମତ ପ୍ରକାଶ କରିଥିଲେ, ଏହି ଉତ୍ସବରେ ଅର୍ଚ୍ଚନା ପାଢ଼ୀ ଙ୍କ ସମ୍ୱଲ ପୁରୀ, କୋରାପୁଟଆ ଗୀତ, ଓଡ଼ିଶୀ ନୃତ୍ୟ,ଜନସାଧାରଣ ଙ୍କ ମନ କିଣିନେଇଥିଲା,ଏହି ଉତ୍ସବକୁ ଜନ ସାଧାରଣ ସ୍ବାଗତ ଜଣାଇଥିଲେ। ଓ କଳାକାର ମାନଙ୍କୁ ମାନପତ୍ର ସମ୍ମାନିତ କରିଥିଲେ,।

ଜୁନାଗଡ ରୁ ବାଲେଶ୍ଵର ସୁନାନୀ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।

Leave a Reply

Your email address will not be published. Required fields are marked *