Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଠକେଇ ଓ ବେଆଇନ ରୁଣ କାରବାର ରେ ଦୁଇ ସନ୍ଦିଗ୍ଧଙ୍କୁ କୋର୍ଟ ଚାଲାଣ

(ଜେ ବି ଏନ /ସୁଶାନ୍ତ କୁମାର) ୧୭/୦୨ /୨୦୨୧ ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରୁ ବେଆଇନ ଭାବେ ରୁଣ କାରବାର ଓ ଠକେଇ ଅଭିଯୋଗ ରେ ଦୁଇ ସନ୍ଦିଗ୍ଧ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଅଛି।ଦୁଇ ଅଭିଯୁକ୍ତ ହେଲେ P. V krishna Reddy(39) S/O Satya Narayan Reddy,   K. G. Krishna Reddy (37)S/O Satya Narayan Reddy ଏମାନେ ଆନ୍ଧ୍ରପ୍ରଦେଶ ଅଞ୍ଚଳରୁ ପ୍ରାଥମିକ ତଦନ୍ତରୁ ଜଣାପଡିଛି। ବଅଁରପାଳ ଥାନା ଅଧିକାରୀ ଶ୍ରୀ ସୁନୀଲ କୁମାର କର ଙ୍କ ସୂଚନା ମୁତାବକ ବଅଁରପାଳ ଅଞ୍ଚଳରେ ଏହି ଅଭିଯୁକ୍ତ ମାନେ ଦୀର୍ଘ ଦିନ ହେବ ବେଆଇନ୍ ଭାବେ ରୁଣ କାରବାର କରୁଥିଲେ। ଜଣେ ଅଭିଯୋଗକାରୀ ଗଣେଶ ସାହୁ ଙ୍କ ଅଭିଯୋଗ ଅନୁସାରେ ସେ ୫୦୦୦ ନେଲେ ତିନି ମାସ ପରେ ୬୦୦୦ ଟଙ୍କା ଫେରାଇବାକୁ ପଡିବ ଓ ଆଧାର କାର୍ଡ ର କୌଣସି ବେଆଇନ କାର୍ଯ୍ୟ ହେବ ବୋଲି ସନ୍ଦେହ ହେବାରୁ ସେ ଥାନା ଅଭିଯୋଗ କରିଥିଲେ।

ଥାନା ଅଧିକାରୀ ଙ୍କ ନେତୃତ୍ଵରେ ଆଜି ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ୍ କରାଯାଇ ତଦନ୍ତ ଦ୍ଵାରା ଜଣାପଡିଛି କି ସେମାନେ ବିନା କୌଣସି ସରକାରୀ ଅନୁମତି ନଥାଇ ରୁଣ କାରବାର ଚଳାଇଛନ୍ତି।ଅଭିଯୁକ୍ତଙ୍କ ଠାରୁ ଗୋଟିଏ କଳା ରଙ୍ଗର ଚମଡା ବ୍ୟାଗ୍, ଗୋଟିଏ ବାଇକ୍, ଦୁଇଟି ମୋବାଇଲ ଫୋନ, ୮ ଟି ରୁଣ କାରବାର ର ହଳଦିଆ ରସିଦ୍ ଓ ନଗଦ ୮୬୦୦୦ ଟଙ୍କା ଜବତ କରିବା ସହ ସେମାନଙ୍କ ନାମରେ କେଶ୍ ନମ୍ଵର୍ 70:17/2/2021 u/506/34 IPC19(a) 19(b) ମାମଲା ରୁଜୁ କରି ଆଜି କୋର୍ଟଚାଲାଣ କରାଯାଇଅଛି।