Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଢ଼ିଙ୍କିଆ ରେ ପାଇପ ଲାଇନ କାର୍ଯ୍ୟ କୁ ବିରୋଧ କରି ବିକ୍ଷୋଭ  

ଜେ ବି ଏନ, ୧୪/୧୨/୨୦୨୦, ( ବ୍ୟୁରୋ ରିପୋର୍ଟ JRP), ଜଗତସିଂହପୁର : ଢ଼ିଙ୍କିଆ ରେ ପାଇପ ଲାଇନ କାର୍ଯ୍ୟ କୁ ବିରୋଧ କରି ବିକ୍ଷୋଭ । ପାରାଦ୍ୱୀପ ଠାରେ  ହାଇଦ୍ରାବାଦ ପାଇପ ଲାଇନ ପ୍ରୋଜେକ୍ଟ କାର୍ଯ୍ୟ  ଜୋରଦାର ଚାଲିଛି  !  ଢ଼ିଙ୍କିଆ ପଞ୍ଚାୟତ ର ଅଧିକାଂଶ ଗୋଚର ଜମି ରେ ପାଇପ ଲାଇନ କାମ ହେବାରୁ ଗ୍ରାମ ବାସୀ ଏହାକୁ ବିରୋଧ କରୁଛନ୍ତି  !ଜ଼ିଲ୍ଲା ପ୍ରଶାସନ ଓ ଢ଼ିଙ୍କିଆ ପଞ୍ଚାୟତ ର ପ୍ରତିନିଧି ମାନଙ୍କ ର ବାରମ୍ବାର ଆଲୋଚନା ବିଫଳ ହୋଇଛି  !  ଗୋଚର ଜମିରେ ପାଇପ ଲାଇନ କାର୍ଯ୍ୟ କୁ ବିରୋଧ କରି ହଜାର ହଜାର  ମହିଳା ପୁରୁଷ ଘଟଣା ସ୍ଥଳୀରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି  !    ୭ ଦିନ ଭିତରେ ବେଆଇନ୍ ଭାବେ ଗୋଚର୍ ଜମିରୁ ପାଇପ ଲାଇନ  ହଟେଇବା ପାଇଁ ଦାବି କରିଛନ୍ତି  ! ନଚେତ ଆଗାମୀ ଦିନରେ ଜ଼ିଲ୍ଲା ପ୍ରଶାସନ କିମ୍ବା ପାଇପ ଲାଇନ କର୍ତ୍ତୃପକ୍ଷ  ଆଇନ୍ ଶୃଙ୍ଖଳା ପରିସ୍ଥିତି ପାଇଁ    ଦାୟୀ ରହିବେ ବୋଲି  ସଭାପତି ମୁରଲୀ ଧର ସାହୁ; ନିତ୍ୟାନନ୍ଦ ସ୍ୱାଇଁ; ଅକ୍ଷୟ ଦାସ୍; ସମିତି ସଭ୍ୟ ଦେବେନ୍ଦ୍ର ସ୍ୱାଇଁ;ପ୍ରମୁଖ ଚେତାବନୀ  ଦେଇଛନ୍ତି  !