Spread the love

ନୂଆଦିଲ୍ଲୀ:ଭାରତର ଶତ୍ରୁ ଦେଶ ପାକିସ୍ତାନକୁ ତୁର୍କୀର ସମର୍ଥନ ପରେ ଭାରତ ଏବଂ ତୁର୍କୀ ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି । ଏବେ ଏହି ତିକ୍ତତାର ପ୍ରଭାବ ବିମାନ ଚଳାଚଳ କ୍ଷେତ୍ର ଉପରେ ମଧ୍ୟ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି । ଶୁକ୍ରବାର ଦିନ ଭାରତ ସରକାର ଦେଶର ବଡ଼ ଘରୋଇ ଏୟାରଲାଇନ୍ସ ଇଣ୍ଡିଗୋକୁ ତୁର୍କୀ ଏୟାରଲାଇନ୍ସ ସହିତ ବିମାନ ଲିଜ୍ ବୁଝାମଣା ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

DGCA (ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ) ସ୍ପଷ୍ଟ କରିଛନ୍ତି ଯେ, ଇଣ୍ଡିଗୋର ଲିଜ୍ ଚୁକ୍ତିନାମା ଏବେ କେବଳ ଆଗାମୀ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବୈଧ ରହିବ।ତୁର୍କି ଏୟାରଲାଇନ୍ସରୁ ଲିଜରେ ନିଆଯାଇଥିବା ଦୁଇଟି ବୋଇଂ ବିମାନ ନିମନ୍ତେ ‘ୱେଟ୍ ଲିଜ ଏଗ୍ରିମେଣ୍ଟ’କୁ ମାତ୍ର ୩ ମାସ ବଢାଇବାକୁ ଅନୁମତି ଦେଇଛନ୍ତି ଡିଜିସିଏ ।ବର୍ତ୍ତମାନ ଇଣ୍ଡିଗୋ ତୁର୍କୀ ଏୟାରଲାଇନ୍ସରୁ ଡମ୍ପ ଲିଜ୍ ରେ ଦୁଇଟି ବୋଇଂ 777-300ER ବିମାନ ନେଇ ଦିଲ୍ଲୀ ଏବଂ ମୁମ୍ବାଇରୁ ଇସ୍ତାନବୁଲକୁ ସିଧାସଳଖ ବିମାନ ଚଳାଚଳ କରୁଛି। ମୂଳତଃ ଲିଜ୍ ମେ ୩୧ ତାରିଖରେ ଶେଷ ହେବାର ଥିଲା, କିନ୍ତୁ ଇଣ୍ଡିଗୋର ଅନୁରୋଧ କ୍ରମେ, DGCA ଏହାକୁ ଆଉ ତିନି ମାସ ବୃଦ୍ଧି କରିଛି। ଇଣ୍ଡିଗୋ ଏହି ଲିଜ୍‌କୁ ଛଅ ମାସ ବୃଦ୍ଧି କରିବାକୁ ଦାବି କରିଥିଲା କିନ୍ତୁ DGCA ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଓ ସ୍ପଷ୍ଟ କରିଛନ୍ତି ଯେ ଆଉ କୌଣସି ସମୟସୀମା ବୃଦ୍ଧି କରାଯିବ ନାହିଁ ।ସରକାର ତୁର୍କୀକୁ ଏହା ମାଧ୍ୟମରେ ଏକ ସ୍ପଷ୍ଟ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଯେ ଭାରତ ନିଜର ଜାତୀୟ ସୁରକ୍ଷା ଏବଂ ବୈଦେଶିକ ନୀତି ବିରୁଦ୍ଧରେ କୌଣସି ବାଣିଜ୍ୟିକ କିମ୍ବା ରଣନୈତିକ ମେଣ୍ଟକୁ ସହ୍ୟ କରିବ ନାହିଁ, ଏପରିକି ଘରୋଇ କ୍ଷେତ୍ରରୁ ମଧ୍ୟ। ଆଗାମୀ ଦିନରେ, ଭାରତ ସରକାର ଏପରି ଅନ୍ତର୍ଜାତୀୟ ସହଯୋଗ ଏବଂ ଲିଜ୍ ଚୁକ୍ତିନାମା ଉପରେ ଆହୁରି କଠୋର ମନୋଭାବ ଗ୍ରହଣ କରିପାରନ୍ତି।

Leave a Reply

Your email address will not be published. Required fields are marked *