Spread the love

ଦକ୍ଷିଣ ଆନ୍ଧ୍ର ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ମୁରାସୁ’, ୧୧୦ କିମି ବେଗରେ ବହିଲା ପବନ

ଓଙ୍ଗୋଲ୍‌: ଭୀଷଣ ବାତ୍ୟା ‘ମୁରାସୁ’ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିଛି। ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଆଜି ଭୋର ପ୍ରାୟ ୩ଟା ୩୦ରୁ ୫ଟା ୩୦ ମଧ୍ୟରେ ବାତ୍ୟାଟି ସ୍ଥଳଭାଗକୁ ପ୍ରବେଶ କରିଥିବା ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଓଙ୍ଗୋଲ୍‌ ନିକଟରେ ନେଲ୍ଲୋର ଓ ନରସାପୁର ମଧ୍ୟବର୍ତ୍ତୀ ଉପକୂଳ ଅଞ୍ଚଳରେ ବାତ୍ୟା ‘ମୁରାସୁ’ ସ୍ଥଳଭାଗ ଛୁଇଁଛି। ଏହି ସମୟରେ ବାତ୍ୟାର ପ୍ରଭାବରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିଲୋମିଟର ରହିଥିବା ବେଳେ ଝଟକା ପବନର ବେଗ ୧୨୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିଥିଲା।

ବାତ୍ୟା ସ୍ଥଳଭାଗ ଅତିକ୍ରମ କରିଥିଲେ ମଧ୍ୟ ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପବନ ଓ ବର୍ଷା ଜାରି ରହିବାର ଆଶଙ୍କା ରହିଛି। ତେଣୁ ସ୍ଥାନୀୟ ପ୍ରଶାସନ ଓ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ପକ୍ଷରୁ ଜାରି ନିର୍ଦ୍ଦେଶାବଳୀ ପାଳନ କରିବାକୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

#CycloneMurasu #IMD #AndhraPradesh #CycloneUpdate

Leave a Reply

Your email address will not be published. Required fields are marked *